Latest Odisha News

BREAKING NEWS

ରାଜଧାନୀରେ ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ତିନି ଶ୍ରମିକଙ୍କ ମୃତ ଦେହ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏକ ନିର୍ମାଣଧୀନ ପାଇଖାନା ଟାଙ୍କିର ଫଲସ୍ ଖସି ପଡିବାରୁ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।

ମୃତ ଶ୍ରମିକ ମାନେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ସାମୀରନ ମୁନିଆ, ବାସୁଦେବ ମଣ୍ଡଳ, ବିଗୁରାମ ମଣ୍ଡଳ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରମିକମାନେ ଟାଙ୍କି ଭିତରେ ପଶି କାମ କରୁଥିବାବେଳେ ଟାଙ୍କି ଫଲସର ଏକ ଅଂଶ ଗଳି ପଡିଥିଲା । ଯାହାଫଳରେ ଏହି ୩ ଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି ।

ସୂଚନା ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଗୁଡିକୁ ଉଦ୍ଧାର କରିଛନ୍ତି । ପୋଲିସ ମୃତଦେହ ଗୁଡିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.