Latest Odisha News

BREAKING NEWS

ହେୟାର ଷ୍ଟ୍ରେଟନିଙ୍ଗ

ମହିଳା ହୁଅନ୍ତୁ କି ପୁରୁଷ କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ହେୟାର ଷ୍ଟ୍ରେଟନିଙ୍ଗକୁ ବାଛୁଛନ୍ତି । ତେବେ ଏହି ହେୟାର ଷ୍ଟ୍ରେଟନିଙ୍ଗ କରିବା ପୂର୍ବରୁ ଜାଣିରଖନ୍ତୁ ଏ ସମ୍ବନ୍ଧିତ କିଛି ଟିପ୍ସ…

-ମନେରଖନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ ପାଇଁ ସର୍ବଦା ଭଲ କ୍ୱାଲିଟିର ଷ୍ଟ୍ରେଟ୍‌ନର ବ୍ୟବହାର କରନ୍ତୁ।

-ଷ୍ଟ୍ରେଟ୍‌ନିଂ କରିବା ପୂର୍ବରୁ ଭଲଭାବେ ଶାମ୍ପୋ କରନ୍ତୁ। ଏପରି ନ କଲେ କେଶ ମୂଳରେ ଥିବା ଧୂଳି, ରୂପି ଆଦି ଷ୍ଟ୍ରେଟ୍‌ନର ସଂସ୍ପର୍ଶରେ ଆସି କେଶକୁ କ୍ଷତି ପହଞ୍ଚାଇପାରେ।

-କେଶ ଷ୍ଟ୍ରେଟ୍‌ନିଂ କରିବା ପୂର୍ବରୁ ଏହାର ତାପମାତ୍ରା ଜାଣିରଖନ୍ତୁ।

-ମେଶିନର ତାପମାତ୍ରା ଅଧିକ ରହିଲେ ତାହା କେଶ ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ଏହାକୁ ନର୍ମାଲ ମୋଡ୍‌ରେ ରଖନ୍ତୁ।

-ଷ୍ଟ୍ରେଟ୍‌ନିଂ କରିବା ପୂର୍ବରୁ ପାନିଆକୁ ଠିକ୍‌ ଭାବେ ଧରି କେଶକୁ ଅଳ୍ପ ଅଳ୍ପ ଭାଗ କରି ଦିଅନ୍ତୁ।

-କେଶର ଗୋଟିଏ ଗୋଟିଏ ଭାଗକୁ ଷ୍ଟ୍ରେଟ୍‌ନିଂ କରନ୍ତୁ। ବଡ଼ ବଡ଼ ଭାଗକୁ ଷ୍ଟ୍ରେଟ୍‌ନିଂ କରିବା ଦ୍ୱାରା କେଶ ଖରାପ ହେବାର ସମ୍ଭାବନା ଥାଏ।

Leave A Reply

Your email address will not be published.