Latest Odisha News

BREAKING NEWS

କଟକ ଏସସିବି ମେଡ଼ିକାଲ୍ ଆସିବେ ଜଗା-କାଳିଆ: ମନ୍ତ୍ରୀ

କଟକ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଯାଆଁଳା ଶିଶୁ ଜଗା-କାଳିଆ କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ଖୁବଶିଘ୍ର ଆସିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ଦିନ କହିଛନ୍ତି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ସେ କହିଛନ୍ତି, କଟକସ୍ଥିତ ଏସସିବି ମେଡ଼ିକାଲ ଓ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗରେ ରହି ଏହି ଦୁଇ ଯାଆଁଳା ଶିଶୁ ଚିକିତ୍ସିତ ହେବେ ।

ଏହି ଯାଆଁଳା ଶିଶୁଦ୍ୱୟ ନୂଆଦିଲ୍ଲୀସ୍ଥିତ ଏମ୍ସରେ ରହି ଚିକିତ୍ସାଧିନ ରହିଥିବା ବେଳେ ଅକ୍ଟୋବର ୨୫ ୨୦୧୭ରେ ୩୦ ଜଣ ନ୍ୟୁରୋସର୍ଜରୀ ଏବଂ ନ୍ୟୁରୋ ଆନାସ୍ଥେସିଆ ବିଭାଗର ୩୦ ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କ ଦୀର୍ଘ ୧୧ ଘଣ୍ଟା ଅସ୍ତ୍ରୋପଚାର ପରେ ଯୋଡ଼ାମୁଣ୍ଡ ସଫଳତାର ସହିତ ଅଲଗା କରାଯାଇଥିଲା ।

ଦିଲ୍ଲୀସ୍ଥିତ ଏମ୍ସରୁ ଭୁବନେଶ୍ୱର ଏମ୍ସ ଆଣି ଚିକିତ୍ସା କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିଲେ । ମାତ୍ର ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଏଠାକୁ ସ୍ଥାନାନ୍ତରୀତ କରିବା ନେଇ ଅନିଚ୍ଛା ପ୍ରକାଶ କରିଥିଲେ ।

ଜୁଲାଇ ୩୦ ତାରିଖରେ ଏସମ୍ପର୍କରେ ଓଡ଼ିଶା ବିଧାନସଭାରେ ସୂଚନାଦେଇ କହିଥିଲେ ଯେ, ଯଦି ଭୁବନେଶ୍ୱର ଏମ୍ସ ଅନୁମତି ପ୍ରଦାନ କରିବେ ତେବେ ଏହି ଯାଆଁଳା ଶିଶୁଦ୍ୱୟଙ୍କୁ ଏଠାକୁ ସ୍ଥାନାନ୍ତରୀତ କରାଯାଇପାରିବ ।

“ଇତିମଧ୍ୟରେ ଦୀର୍ଘ ୨ବର୍ଷ ବିତିଗଲାଣି, ମାତ୍ର ଏହି ଯାଆଁଳା ଶିଶୁଦ୍ୱୟଙ୍କ ପିତା-ମାତା ଘରକୁ ଫେରିବାକୁ ଚାହୁଁଛନ୍ତି, ତେଣୁ ଆମେ ଏହି ଯାଆଁଳା ଶିଶୁ ଜଗା-କାଳିଆଙ୍କୁ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିବୁ” ବୋଲି ନିଷ୍ପତ୍ତି ନେଇଛୁ ।

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ମିଲିପଡ଼ା ଗ୍ରାମର ବାସିନ୍ଦା ଭୂୟାଁ କହଁର ତାଙ୍କର ଯାଆଁଳା ଶିଶୁ ଜଗା-କାଳିଆଙ୍କୁ ଓଡ଼ିଶା ଆଣି ଚିକିତ୍ସା କରିବାକୁ ତଥା ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ଡିସଚାର୍ଜ କରିବାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ସେ ଗଣମାଧ୍ୟମକୁ ମଙ୍ଗଳବାର ଦିନ କହିଥିଲେ ଯେ, ରାଜ୍ୟ ସରକାର ଏନେଇ ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରନ୍ତୁ, କାରଣ ଗ୍ରାମରେ ରହୁଥିବା ତାଙ୍କର ବୃଦ୍ଧ ପିତା-ମାତା ଅନେକ କଷ୍ଟରେ ରହିଛନ୍ତି ।

Leave A Reply

Your email address will not be published.