Latest Odisha News

BREAKING NEWS

‘ଆଇଏଏସ’ଙ୍କ ଗାଡି ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ

କେରଳ: କେରଳର ଥିରୁଅନନ୍ତପୁରମରେ ଜଣେ ‘ଆଇଏଏସ’ ଅଫିସରଙ୍କ ଗାଡି ଧକ୍କାରେ ୩୫ ବର୍ଷୀୟ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଘଟଣାଟି ଶୁକ୍ରବାର ବିଲମ୍ବିତ ରାତିରେ ଘଟିଥିବା ପୋଲିସ ସୂଚନା ଦେଇଛି ।

ପିଟିଆଇ ରିପୋର୍ଟ ଅନୁସାରେ ଶୁକ୍ରବାର ରାତି ପ୍ରାୟ ୧ଟା ବେଳେ ସର୍ଭେ ଡ଼ାଇରେକ୍ଟର ଶ୍ରୀରାମ ଭେଙ୍କଟା ରମଣ ନିଜେ ଚଳାଉଥିବା କାରଟି ସାମ୍ବାଦିକ ମହମ୍ମଦ ବସିରଙ୍କ ମଟର ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାମ୍ବାଦିକ ଜଣକ ପ୍ରାଣ ହରାଇଥିଲେ।

ମୃତ ସାମ୍ବାଦିକ ଜଣକ ମାଲୟଲମ ଦୈନିକ ସମ୍ବାଦ ପତ୍ର ‘ସିରଜ ଡେଲି’ରେ କାର୍ଯ୍ୟ କରୁଥିଲେ।

ଥିରୁଅନନ୍ତପୁରମର ପୋଲିସ କମିଶନର ଧୀରେନ୍ଦ୍ର କଶ୍ୟପ ପିଟିଆଇ କୁ ଦେଇଥିବା ତଥ୍ୟ ଅନୁଯାୟୀ, ‘ଆଇଏଏସ’ ଅଫିସର ନିଜେ ଗାଡି ଚଳାଉଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଦୁର୍ଘଟଣାରେ ‘ଆଇଏଏସ’ ଅଫିସର ଭେଙ୍କଟା ରମଣଙ୍କୁ ମଧ୍ୟ ଆଘାତ ଲାଗିଥୁବାରୁ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ପରୀକ୍ଷଣ ପାଇଁ ନିଆଯାଇଥିବା ରକ୍ତ ନମୁନାରୁ ଜଣାପଡିଛି ଯେ, ଦୁର୍ଘଟଣା ଘଟିଥିବା ସମୟର କାରରେ ଜଣେ ମହିଳା ମଧ୍ୟ ଉପସ୍ଥିତି ଥିଲେ ।

ତେବେ କେରଳର କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ଏହି ଘଟଣାରେ ଉଚିତ ତଦନ୍ତ ଦାବି କରିଥିବା ବେଳେ ପୋଲିସ ଆଇପିସି ଧାରା ୨୭୯ ଓ ୩୦୪ ଆଧାରରେ ଏକ ମାମଲା ରୁଜୁ କରିଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.