Latest Odisha News

BREAKING NEWS

ଭାରତ-ଚୀନ ବିବାଦ ଭିତରେ ତିନି ବର୍ଷ ପରେ ବେଜିଂରେ ବସିଲା WMCCର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚୀନ୍ ଏକ ବୈଠକ କରିଛନ୍ତି। ଦୁଇ ଦେଶର ସୀମା ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ସମନ୍ବୟର କାର୍ଯ୍ୟକାରୀ ତନ୍ତ୍ର (WMCC)ର ୨୬ ତମ ବୈଠକ ଅନୁଷ୍ଠିତ ହୋଇଛି। ଖୁବ ଶୀଘ୍ର ୧୮ ତମ ସିନିୟର କମାଣ୍ଡରଙ୍କ ଏକ ବୈଠକ ଡକାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

୧୪ ଜୁଲାଇ ୨୦୧୯ ପରେ WMCC ର ଏହା ହେଉଛି ପ୍ରଥମ ଦ୍ବିପାକ୍ଷିକ ବୈଠକ। ଏହି ବୈଠକରେ ଭାରତୀୟ ପ୍ରତିନିଧି ଦଳର ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ଙ୍କ ନେତୃତ୍ୱରେ ନେତୃତ୍ୱ ନେଇଥିଲେ। ଚୀନ୍ ପ୍ରତିନିଧୀ ଦଳ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସୀମା ଏବଂ ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ନେତୃତ୍ୱ ନେଇଥିଲେ।

ସୀମା ପ୍ରସଙ୍ଗରେ ଆଲୋଚନା ପାଇଁ ୨୦୧୨ରେ WMCC ପ୍ରତିଷ୍ଠା କରାଯାଇଥିଲା। ୨୦୧୯ ପରେ ଲଦାଖର ଗାଲଭାନ୍ ଉପତ୍ୟକା ଏବଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ସଂଘର୍ଷ ହୋଇଥିଲା। ଏହି କାରଣରୁ, ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଗତ ବର୍ଷ ଡିସେମ୍ବରରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ସେକ୍ଟରରେ ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ କଣ୍ଟ୍ରୋଲ୍ ଲାଇନ୍ ସହିତ ଉଭୟ ପକ୍ଷ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ବାକି ଥିବା ସେକ୍ଟରଗୁଡିକୁ ନେଇ ଯେଉଁ ବିବାଦ ରହିଛି ସେ ବାବଦରେ ଗଠନମୂଳକ ଢ଼ଙ୍ଗରେ ଆଲୋଚନା କରିଥିଲେ। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଏବଂ ଏଲଏସିରେ ଶାନ୍ତି ପୁନଃ ସ୍ଥାପିତ ହୋଇପାରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସ୍ୱାଭାବିକତା ପାଇଁ ଏକ ପରିବେଶ ସୃଷ୍ଟି ହୋଇପାରିବ।

ବିବୃତ୍ତି ଅନୁଯାୟୀ, ବର୍ତ୍ତମାନର ଚୁକ୍ତିନାମା ଏବଂ ପ୍ରୋଟୋକଲ୍ ଅନୁଯାୟୀ ଏହି ଲକ୍ଷ୍ୟ ହାସଲ କରିବାକୁ ଉଭୟ ପକ୍ଷ ପରବର୍ତ୍ତୀ ୧୮ତମ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସାମରିକ ଏବଂ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି।

 

Comments are closed.