ରାୟପୁର: ଛତିଶଗଡରେ ଭାଟ୍ଟାପରର ବାଲୋଡା ବଜାର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଏବଂ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାବେଳେ ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ସେହିପରି ୨ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏହି ପିକଅପ ଭ୍ୟାନରେ ୨୦ ରୁ ୨୫ ଜଣ ଥିଲେ | ତେବେ ବାଲୋଡା ବଜାର ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଏହି ପିକଅପ୍ କୁ ଧକ୍କା ଦେଇଥିଲା |
ଏହା ପରେ ପିକଅପ୍ ଭ୍ୟାନଟି ଓଲଟିପଡିଥିଲା | ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗଭୀର ଦୁଃଖପ୍ରକାଶ କରିବା ସହ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ପ୍ରକାରେ ମୃତକମାନେ ସିମଗା ବ୍ଲକର ଖିଲୋରା ଗାଁର ସାହୁ ପରିବାରର ହୋଇଥିବାବେଳେ ସମସ୍ତେ ନିଜ ସମ୍ପର୍କୀୟଙ୍କ ଘରକୁ ଏକ ପାରିବାରିକ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେମାନେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା |
Comments are closed.