Latest Odisha News

BREAKING NEWS

ମୟୂରଭଞ୍ଜରେ ଦିବ୍ୟାଙ୍ଗ ବାଳିକାକୁ ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ରବିବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଗତ ଜୁଲାଇ ୩୧ ତାରିଖ ଦିନ ଏହି ଅଘଟଣ ଘଟିଥିବାବେଳେ ଏନେଇ ପିଡିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସମ୍ପର୍କରେ ଜଣାପଡିଥିଲା ।

ଅପରପକ୍ଷରେ ପିଡିତାଙ୍କୁ ଘରେ ଏକୁଟିଆ ପାଇ ସମ୍ପୃକ୍ତ ଯୁବକ ଜଣକ ତାଙ୍କୁ ଜୋର ଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.