Latest Odisha News

BREAKING NEWS

ତିନି ଜିଲ୍ଲାରେ ମିଳିଲା ସୁନାଖଣି ସନ୍ଧାନ: ଜାଣନ୍ତୁ, କେଉଁଠି ଅଛି କେତେ ସୁନା

ଭୁବନେଶ୍ୱର: ରାଜ୍ୟରେ ରହିଛି ଏକାଧିକ ସୁନାଖଣି । ୩ଟି ଜିଲ୍ଲାରେ ଏହି ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ବିଧାନସଭାରେ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀଙ୍କ କହିଛନ୍ତି  ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା(GSI)  ରାଜ୍ୟର ତିନୋଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ପାଇଛି। ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି ।

କେନ୍ଦୁଝର ଜିଲ୍ଲାର ଗୋପୁର, ଗାତିପୁର, କୁଶକଳା, ଡିମିରିମୁଣ୍ଡା ଭଳି ଏକାଧିକ ଅଞ୍ଚଳ, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସିଳ, ଧୁସୁରା ପାହାଡ଼ ଏବଂ  ଦେବଗଡ଼ର ଅଡାସ ଅଞ୍ଚଳରେ ସୁନା ଖଣି ରହିଛି ।

ଦେବଗଡ ଅଡାସ ଅଞ୍ଚଳରେ ତମ୍ବାବାହି ପଥର ଜିଟୁ ସ୍ତରର ଥିବା ଜିଏସଟିଙ୍କ ଦ୍ୱାରା ଆକଳନ କରାଯାଇଛି । ଏଠାରେ ତମ୍ବାପଥର ସହିତ ୧୬୮୫କିଗ୍ରା ସୁନା ଥିବାର ସୂଚନା ରହିଛି । ଏତତ୍ ବ୍ୟତୀତ ଉକ୍ତ ଅଞ୍ଚଳରେ ତମ୍ବା ବାହି ପଥର ସହିତ ୬.୬୭ ମିଲିୟନ ଟନ୍ କପର, ୦.୬୩୮ ମିଲିୟନ ଟନ୍ ସିଲଭର ଏବଂ ୦.୧୦ ମିଲିୟନ ଟନ୍ ନିକେଲ ଥିବାର ଆକଳନ କରାଯାଇଛି ।

କେନ୍ଦୁଝର ଜିଲ୍ଲାର ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ୨ଟି ସୁନାବାହୀ କ୍ୱାର୍ଟରସ ଭେନ ଥିବା ଜଣାଯାଇଥିଲା  । ଏଥିରେ ୧ଗ୍ରାମ ସୁନା ୧ଟନ୍ ପଥରରେ ଥିବା ବିଶେଷ୍ଳଣରୁ ଜଣାପଡିଛି ।  ଗୋପୁର ନିକଟସ୍ଥ ଦକ୍ଷିଣ ପାର୍ଶ୍ୱରେ ୬୦ ମିଟର ଲମ୍ବ ଓ ୧ମି ଓସାର ଅଞ୍ଚଳରେ ରହିଛି କ୍ୱାର୍ଟରସ ଭେନ । ଏଥିରେ ୨.୫ ଗ୍ରାମରୁ ୧୦ଗ୍ରାମ ସୁନା ୧ଟନ୍ ପଥରରୁ ଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି । ଯାହାକି ଭୂପୃଷ୍ଠରୁ ୩୦ମିରୁ ୬୦ମି ତଳେ ରହିଛି ।

ଅନ୍ୟପକ୍ଷେ ଯଶୀପୁର-ସୁରିଆଗୁଡା-ରୁଆଁସି ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା । ଏଠାରେ ଇଡେଲକୁଚା-ମାରେଡିହି-ବାଦାମପାହାଡ ଇତ୍ୟାଦି ଅଞ୍ଚଳରେ ସୁନାବାହୀ ପଥର ରହିଛି । ଏଥିରେ ୦.୧ରୁ ୨.୬ ଗ୍ରାମ ସୁନା ଏକ ଟନ ପଥରରେ ଥିବା ଆକଳନ କରାଯାଇଛି । ସେହିପରି ଧୁସୁରା ପାହାଡରେ ୨.୩ କିମି ବ୍ୟାପି ଅଞ୍ଚଳରେ ୦.୧ରୁ ୦.୮ ଗ୍ରାମ ସୁନା ୧ ଟନ ପଥରରେ ଥିବା ଆକଳନ କରାଯାଇଛି ।

Leave A Reply

Your email address will not be published.