ଭୁବନେଶ୍ୱର : ନିକଟରେ ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବ୍ଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ଘୋଷଣା ମୁତାବକ ଏବେ ରଜ୍ୟରେ ୪୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
ଏଥିରେ ବରିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ମିଳିବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଖାଲି ପଡ଼ିଥିବା ହଜାର ହଜାର ଶିକ୍ଷକ ପଦବି ପୂରଣ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହାଇସ୍କୁଲ ସ୍ତରରେ ଶିକ୍ଷକ ବି ନିଯୁକ୍ତି ପାଇବେ ବୋଲି ସରକାର ଘୋଷଣା କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୯ ହଜାର ୩୪୮ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ଅନୁସାରେ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ତା ସହିତ ପ୍ରାଥମିକସ୍ତରରେ ୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କର ପଦୋନ୍ନତି ମିଳିବା ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ‘ରେସିଡେନ୍ସ ପିରିୟଡ୍’ କୋହଳ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
କେବଳ ପ୍ରାଥମିକ ସ୍କୁଲ୍ ନୁହେଁ, ହାଇସ୍କୁଲସ୍ତରରେ ମଧ୍ୟ ଶିକ୍ଷକ ପଦବୀ ପୂରଣ କରାଯିବ। ୧୭ ହଜାର ୪୨୮ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
କେବଳ ପ୍ରାଥମିକ ସ୍କୁଲ୍ ନୁହେଁ, ହାଇସ୍କୁଲସ୍ତରରେ ମଧ୍ୟ ଶିକ୍ଷକ ପଦବୀ ପୂରଣ କରାଯିବ। ୧୭ ହଜାର ୪୨୮ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
ସେହିପରି ୭ ହଜାର ୫୪୦ ସରକାରୀ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍ଏସ୍ସି) ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଅନ୍ୟପଟେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ୧୯୨୦ ଅଧ୍ୟାପକ ନିଯୁକ୍ତ ପାଇବେ। ଓପିଏସ୍ସି ମାଧ୍ୟମରେ ବିଦ୍ୟାଳୟରେ ୩୩୫ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩–୨୪ ସୁଦ୍ଧା ୩୬୭ଜଣ ପିଜିଟି ନିଯୁକ୍ତ ହେବେ ବୋଲି ସରକାର ସୂଚନା ଦେଇଛନ୍ତି।
ଶିକ୍ଷକଙ୍କୁ ଦିଆଯିବ ପ୍ରଶିକ୍ଷଣ
ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବା ତା ସହିତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ବ୍ୟବସ୍ଥା ହୋଇଛି। ଏହି ଅନୁସାରେ, ରାଜ୍ୟରେ ୬୦୨୫ ଏଲ୍ଟିଆର୍(ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ପଦବି) ଶିକ୍ଷକ ପଦବି ସୃଷ୍ଟି କରାଯିବ। ଏମାନଙ୍କୁ ଓଏସ୍ଏସ୍ସି ମାଧ୍ୟମରେ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ହାଇସ୍କୁଲ ସହ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ ୧୭୯୯ କନିଷ୍ଠ ସହାୟକ ପଦବି ଖାଲିପଡ଼ିଥିବା ବେଳେ ଏଗୁଡ଼ିକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୬୪ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ସର୍ଭିସ୍ ସିଲେକ୍ସନ ବୋର୍ଡ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୧୫୪୩ଜଣ ପିଜିଟି ନିଯୁକ୍ତ ଦିଆଯିବ। ସର୍ଭିସ୍ ସିଲେକ୍ସନ ବୋର୍ଡ ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୫୫୫ ପିଜିଟିଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହେବ। ଡିଆଇଇଟି ଓ ବିଆଇଇଟିରେ ୧୨୦ ଶିକ୍ଷକ–ପ୍ରଶିକ୍ଷକ ପଦବି ପୂରଣ କରିବାକୁ ଓ ଏସ୍ଏସ୍ସି ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଦ୍ୟାଳୟ ଓ ଗଣଶିତ୍ରା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଥାଉକି ଗତକାଲି ରାଜ୍ୟରେ ୪୦ ହଜାର ଶିକ୍ଷକ ପଦବୀ ପୂରଣ ନେଇ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଖୁବ୍ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଓ ହାଇସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ଦିଆଯବ। ଏନେଇ ବିଜ୍ଞାପନ ପ୍ରକାଶ ପାଇଛି ବୋଲି ମନ୍ତ୍ରୀ କହିଥିଲେ।
ସେ ଆହୁରି କହିଥିଲେ ଯେ କମ୍ପ୍ୟୁଟର ବେସ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା ହେବ ଓ ସମସ୍ତଙ୍କୁ ନିଯୁକ୍ତିରେ ଭାଗ ନେବାକୁ ସୁଯୋଗ ମିଳିବ। ଏନେଇ ବିଧାନସଭାରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଆସନ୍ତା ଏପ୍ରିଲ ଠାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ନୂଆ ଶିକ୍ଷକ ନିଯୁକ୍ତି ମିଳିବା ନେଇ ଆଶା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
Comments are closed.