Latest Odisha News

BREAKING NEWS

ସଂସଦର ମୌସୁମୀ ଅଧିବେଶନ: ଶପଥ ନେଲେ ରଘୁନାଥ ଓ ସୋନାଲ ମାନସିଂହ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ସଂସଦର ଉଭୟ ସଦନର ମୌସୁମୀ ଅଧିବେଶନ । ଅଧିବେଶନରେ ପ୍ରଥମ ଭାଗରେ ଉଭୟ ଗୃହ ଲାଗି ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି ।

ଓଡ଼ିଶାରୁ ରାଜ୍ୟସଭା ଲାଗି ମନୋନୀତ ହୋଇଥିବା ସଦସ୍ୟ ସୋନାଲ ମାନସିଂହ ଓ ରଘୁନାଥ ମହାପାତ୍ର ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି ।

ଆଜି ଆରମ୍ଭ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ୧୮ଟି କାର୍ଯ୍ୟଦିବସ ରହିଛି । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ଏହି ଅଧିବେଶନ ।

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ଏହି ଅଧିବେଶନର ସ୍ୱାଭାବିକ ଚାଲିବା ନେଇ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.