Latest Odisha News

ବିଜେଡିର ନେତା ମନ୍ତ୍ରୀଙ୍କ ଅପରାଧ କଥା କାହିଁକି କହୁନାହାନ୍ତି ବବି ଭାଇ: ସୁରଜ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ତଥା ଶାସକ ଦଳକୁ ସମାଲୋଚନା କରିବା ପରେ ବିଜେଡିର ସାଂଗଠନିକ ସମ୍ପାଦକ ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗ କଥା କହି ଟାର୍ଗେଟ୍ କରିଥିଲେ। ଏବେ ଏହାର କଡା ଜବାବ ଦେଇଛନ୍ତି ବିଜେପି ବିଧାୟକ।

ପ୍ରଣବ ଟ୍ବିଟ୍ କରି କହିଥିଲେ, ରାଜଧାନୀରେ ବିକ୍ଷୋଭ ନାଁରେ ଇରାଶିଷଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଆପଣ ଯାହାଙ୍କୁ ବିରୋଧୀଦଳର ନେତା କରିଛନ୍ତି, ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ ।ସ୍ଵାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି।

ଜବାବରେ ବିଜେପି ନେତା ତଥା ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, ବବି ଭାଇ, ଆପଣଙ୍କ ପୂଜ୍ୟ ପିତା ଶ୍ରୀ ଅଶୋକ ଦାସ ଛାତ୍ରାବସ୍ଥାରେ ଯେତେବେଳେ ରାଜନୀତିକୁ ଆସିଥିଲେ, ସେତେବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ ତତ୍କାଳୀନ ସରକାର ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ କରିଥିଲା । ତାମାନେ ସେ କଣ ଅପରାଧି ହୋଇଯାଇଥିଲେ ? ଏ ବିଷୟରେ ଆପଣ ଘରର ଗୁରୁଜନମାନଙ୍କୁ ପଚାରି ବୁଝିଲେ ଉଚିତ୍ ହେବ। ଆପଣ ଏବଂ ଆପଣଙ୍କ ମୁଖ୍ୟମନ୍ତ୍ରୀ ରାଜନୈତିକ ସଂଘର୍ଷ ବିନା କ୍ଷମତାକୁ ଉପଭୋଗ କରୁଛନ୍ତି।

Comments are closed.