Latest Odisha News

BREAKING NEWS

ଆସନ୍ତୁ ଜାଣିବା ହୋଲିର ବୈଜ୍ଞାନିକ ଦିଗ

ରଙ୍ଗର ପର୍ବ ହୋଲି । ଏହାର ପାରମ୍ପାରିକ ଓ ଧାର୍ମିକ କାରଣ ସମ୍ପର୍କରେ ଉଣା ଅଧିକେ ସମସ୍ତେ ଜାଣିଥିବେ । ଆମର ପୂଜା ଶୈଳୀ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ଭିତିକ । ସେ ପାଣିରେ ତମ୍ବା ପକାଇବା ହେଉ କିମ୍ବା ଘଂଟ ବାଡେଇ ପ୍ରଦୂଷଣ ଦୂର କରିବା । ଆସନ୍ତୁ ଏବେ ଆମେ ଜାଣିବା ହୋଲି ଖେଳିବା ପଛର ବୈଜ୍ଞାନିକ କାରଣ ରହିଛି । ହୋଲି ଏପରି ସମୟରେ ପାଳନ କରାଯାଏ ଯେଉଁ ସମୟରେ ଶୀତର ପ୍ରକୋପ କମିଥାଏ ଓ ଗ୍ରୀଷ୍ମର ପ୍ରବେଶ ହୋଇଥାଏ ।

ଶୀତ ଯିବା ଓ ଗ୍ରୀଷ୍ମ ଆସିବା ମଧ୍ୟରେ ଆମ ଶରୀରର ସନ୍ତୁଳନରେ ବାଧାପ୍ରାପ୍ତ ହୋଇଥାଏ । ସେ ସମୟରେ ଆମକୁ ଆଳସ୍ୟ ଓ ମାନ୍ଦା ଲାଗିଥାଏ । ହୋଲିକା ଦହନ ସମୟରେ ଉତାପର ମାତ୍ରା ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ଶରୀରର ଅନାବଶ୍ୟକ ବ୍ୟାକ୍ଟେରିଆ ମରି ଯାଇଥାନ୍ତି । ଏହା ବ୍ୟତୀତ ମଶା, ମାଛି ପରି କୀଟପତଙ୍ଗ ମଧ୍ୟ ଧୂଆଁ ଯୋଗୁ ପଳାଇ ଯାଆନ୍ତି ।

ସେପରି ହୋଲି ପାଳନ ଅବସରରେ ହର୍ବାଲ ରଙ୍ଗ ବୋଳି ହେବା ଆମ ଶରୀରକୁ ଫାଇଦା ପଂହଚାଇଥାଏ । ଏହା ଦ୍ୱାରା ଚର୍ମ ରୋଗ ଅନେକାଂଶରେ ଭଲ ହୋଇ ଯାଇଥାଏ । ନୃତ୍ୟ, ଗୀତ ଓ ବନ୍ଧୁତା ମନକୁ ସତେଜ ରଖିଥାଏ । ବସନ୍ତ ଋତୁରେ ଏହାକୁ ପାଳନ କରାଯାଉଥିବାରୁ ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଥାଏ । ରଙ୍ଗ ଅନେକ କ୍ଷେତ୍ରରେ ସକରାତ୍ମକ ମାନସିକତା ବୃଦ୍ଧି କରିଥାଏ । ହୋଲି ଖେଳିଲେ ମନ ସୁସ୍ଥ ରହିବା ସହ ଶରୀରର ଚଳଚଂଚଳ ରହିଥାଏ । ଏବେକାର ଶିକ୍ଷିତ ସମାଜ କେମିକାଲ ମିଶା ରଙ୍ଗର ବ୍ୟବହାର କରୁଛନ୍ତି । ଯାହା କି ଶରୀର ପକ୍ଷେ ଖରାପ । ପୂର୍ବ କାଳରେ କେମିକାଲ ନ ଥିଲା, ଲୋକମାନେ ସମ୍ପୂର୍ଣ୍ଣ ପ୍ରାକୃତିକ ଶୈଳୀରେ ଏହାକୁ ପାଳନ କରୁଥିଲେ ।

Leave A Reply

Your email address will not be published.