Latest Odisha News

BREAKING NEWS

ପଠାନ ପରେ ଧୂମ ୪ରେ ଶାହାରୁଖ-ସିଦ୍ଧାର୍ଥ ଯୋଡି

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ତାଜା ରିପୋର୍ଟ ଅନୁସାରେ ଧୂମ ୪ରେ ୟଶରାଜ ପ୍ରଡକ୍ସନ ଶାହାରୁଖଙ୍କୁ ନେବା ଚୂଡାନ୍ତ ହୋଇଛି । ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେବେ । ପଠାନ ପରେ ୟଶରାଜ ବ୍ୟାନରର ଏହି ଯୋଡି ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । ସିଦ୍ଧାର୍ଥ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ଫିଲ୍ମର ଖଳନାୟକ ସମ୍ପର୍କରେ ଘୋଷଣା କରାଯିବ । ଏହା ପରେ ଦ୍ରୁତ ବେଗରେ ଶୁଟିଂ ଆରମ୍ଭ ହୋଇଯିବ । ଧୂମ ଫ୍ରାଚାଇଜର ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଜନ ଆବ୍ରାହାମ, ଅଭିଷେକ ବଚ୍ଚନ, ଅମୀର ଖାଁ, ହ୍ରିତିକ ରୋଶନ ଏଥିରେ ଅଭିନୟ କରି ସାରିଛନ୍ତି ।

ତେବେ ଏହି ଫ୍ରାଂଚାଇଜର ଭିଲେନ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଧୂମ ୪ରେ କିଏ ଭିଲେନ ହେବ ସେଥିପ୍ରତି ସମସ୍ତେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଶାହାରୁଖ ଏବେ ରାଜକୁମାର ହିରାନୀଙ୍କ ଡଙ୍କି ଓ ଅଟଲୀଙ୍କ ଜୱାନ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଅପରପକ୍ଷରେ ସିଦ୍ଧାର୍ଥ ହ୍ରିତିକଙ୍କ ଫାଇଟର ଫିଲ୍ମର ଶୁଟିଂ ଶେଷ କରିଛନ୍ତି ।

Leave A Reply

Your email address will not be published.