Latest Odisha News

BREAKING NEWS

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୨ ଗୋଟି ଖଣି ନିଲାମ ହୋଇଛି । ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ନିଲାମ ହୋଇଥିବା ଏହି ୨ ଗୋଟି ଖଣିରେ ୧୬୫୦ ମିଲିଅନ୍ ଟନ୍ କୋଇଲା ରହିଛି । ଖଣି କାର୍ଯ୍ୟକ୍ଷମ ହେଲେ ୨୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଥିବା ବେଳେ ଏହାଦ୍ୱାରା ୨୦ ହଜାର ୨୮୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଫେବ୍ରୁଆରୀ ୨୭ରୁ ଇ-ନିଲାମୀ ଆରମ୍ଭ ହୋଇଥିବା ଅଷ୍ଟମ ଦିନରେ ୨ଟି ଯାକ ଖଣି ନିଲାମ ହୋଇଛି । ନିଲାମ ଖଣି ମଧ୍ୟରେ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଅନ୍ୟଟି ଏମଏମଡିଆର କୋଇଲା ଖଣି । ୫୦୦ ନିୟୁତ ଟନ ଖଣିଜ ସମ୍ପଦ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ନିଲାମ ନେଇଛି ।

୧, ୧୫୨. ୧୧ ନିୟୁତ ଟନ ଖଣିଜ ସମ୍ପଦ ବୈତରଣୀ ପଶ୍ଚିମରେ ରହିଥିବା ବେଳେ ଉତ୍ତୋଳନ ଅଧିକାର ପାଇଛି ଗୁଜରାଟ ମିନେରାଲ୍ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍ । ୨ଟି ଖଣିରୁ ସରକାର ୨ ହଜାର ୮୭୩ କୋଟି ଟଙ୍କା ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.