Latest Odisha News

ଆଲିଆଙ୍କ ବେଡ଼ରୁମ ଫଟୋ ସେୟାର ପ୍ରସଙ୍ଗରେ ମୁହଁ ଖୋଲିଲେ ରଣବୀର:ଦରକାର ପଡ଼ିଲେ ଅଦାଲତର ଆଶ୍ରୟ ନେବେ

ମୁମ୍ବାଇ: ଏବେ ସିନେ ଷ୍ଟାର ରଣବୀର କପୁର ନିଜ ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ପ୍ରମୋସନରେ ଖୁବ୍ ବ୍ୟସ୍ତ । ବିଭିନ୍ନ କାରଣରୁ ଫିଲ୍ମଟିକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ରଣବୀର କିନ୍ତୁ ଫିଲ୍ମଟିକୁ ପ୍ରମୋସନ କରିବାରେ ଗୋଟିଏ ବି ସୁଯୋଗ ହାତଛଡ଼ା କରୁନାହାନ୍ତି । ଚର୍ଚ୍ଚାର କଥା ହେଉଛି, ସେ ଏହି ଫିଲ୍ମର ଜୋରଦାର ପ୍ରମୋସନ ସହିତ ଜୁଆଡ଼କୁ ଗଲେ ଭ୍ୟୁୟର୍ସଙ୍କ ଆଗରେ ନିଜ ପରିବାର କଥା ବଖାଣୁଛନ୍ତି । ବିଶେଷକରି ନିଜ ଘରର ନୂଆ ଅତିଥି କୁନି ଝିଅ ବିଷୟରେ ରିତୀମତ ଗପୁଛନ୍ତି ।

ଏହି ଫିଲ୍ମ ପ୍ରମୋସନ ସହିତ ନିକଟରେ ପତ୍ନୀ ଆଲିଆ ଭଟ୍ଟଙ୍କ ବେଡ଼ରୁମର ବ୍ୟକ୍ତିଗତ ଫଟୋ ଲିକ୍ ମାମଲାରେ ମଧ୍ୟ ରଣବୀର ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଏ ଦିଗରେ ସେ ଆଇନର ଆଶ୍ରୟ ନେଇଛନ୍ତି । ଦରକାର ପଡ଼ିଲେ ଅଦାଲତର ମଧ୍ୟ ଆଶ୍ରୟ ନେବେ । ନିକଟରେ ଆଲିଆ ଭଟ୍ଟ ତାଙ୍କ ବେଡ଼୍‌ରୁମ୍‌ରେ ଥିବା ସମୟରେ କିଛି ଲୋକ ପାଖ ବିଲ୍ଡିରୁ ତାଙ୍କ ଶୋଇବା ଘରର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ନେଇ ଭିଷଣ ବିରକ୍ତ ହୋଇଥିଲେ ଆଲିଆ । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ସେ ବିରୋଧ କରିଥିଲେ । ଏପରି କରିବା ଅତ୍ୟନ୍ତ ଖରାପ ଏବଂ ଏହା ବ୍ୟକ୍ତିବିଶେଷଙ୍କର ଗୋପନୀୟତା ର ଉଲ୍ଲଂଘନ ବୋଲି ସେ କହିଛନ୍ତି ।

Comments are closed.