ଓଡ଼ିଶା ସମ୍ବାଦ ବ୍ୟୁରୋ: ବାହରିନରେ ଚାଲିଛି ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର 146 ତମ ବୈଠକ। ଏହି ବୈଠକରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ଜବାବରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସସ୍ମିତ ପାତ୍ର ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି। ଏମିତିକି ପାକିସ୍ତାନକୁ ଆତଙ୍କବାଦର ରପ୍ତାନୀକାରୀ ଦେଶ ବୋଲି କହିଛନ୍ତି। କହିରଖୁଛୁ, ଆଇପିୟୁର ଏବେ ଅଧ୍ୟକ୍ଷ ରହିଛନ୍ତି, ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଭାରତ ଏହି ଆଇପିୟୁ ମଞ୍ଚରେ କହିଛି, ପାକିସ୍ତାନ ଏଭଳି ଏକ ମଞ୍ଚର ଅପବ୍ୟବହାର କରିଛି। ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ ଏହି ପ୍ଲାଟଫର୍ମର ଅପବ୍ୟବହାର କରି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ କଶ୍ମୀରକୁ ପୁଣି ଥରେ ନିଜର ବୋଲି ଉଲ୍ଲେଖ କରିଛି। ଯାହା କେବେ ଗ୍ରହଣୀୟ ନୁହେଁ।
ସେ କହିଛନ୍ତି, ଜମ୍ମୁ କଶ୍ମୀର ଏବଂ ଲଦାଖ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ। ଏହି ଦୁଇ ଅଞ୍ଚଳରେ ଯାହା ହେଉଛି ତାହା ଭାରତର ଆଭ୍ୟନ୍ତରୀଣ ବ୍ୟପାର। ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ରହିବ ମଧ୍ୟ। ଏ ବାବଦରେ ପାକିସ୍ତାନ ଭଳି ଦେଶ କହିବାରୁ କୌଣସି ପ୍ରକାର ଅଧିକାର ନାହିଁ।
ଏହା ବିଡମ୍ବନାର ବିଷୟ ଯେ ଆତଙ୍କବାଦ ରପ୍ତାନୀ କରୁଥିବା ପଡୋଶୀ ଦେଶ ମାନବାଧିକାର କଥା କହି ସମର୍ଥନ ମାଗୁଛି। କିନ୍ତୁ ଦିନକ ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ମଧ୍ୟ କହି ସାରିଛନ୍ତି, ମିଳିତ ଜାତିସଂଘରେ କଶ୍ମୀରର ଏଜେଣ୍ଡା ଉଠାଇବାରୁ ପାକିସ୍ତାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି।
India slammed Pakistan today at the 146th Inter-Parliamentary Union (IPU) Assembly in Bahrain. During the speech of Pakistan at the Assembly, Pakistan referred to Kashmir in its habitual manner. India through a Right to Reply (RoR) slammed Pakistan at the IPU. pic.twitter.com/wmdzBxU5Zd
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 13, 2023
Comments are closed.