Latest Odisha News

BREAKING NEWS

ହୋଣ୍ଡା ଲଞ୍ଚ କଲା ୧୦୦ ସିସିର ସାଇନ, ସ୍ପ୍ଲେଣ୍ଡର ଓ ପ୍ଲାଟିନାକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ହୋଣ୍ଡା ଶେଷରେ ୧୦୦ସିସିର ସାଇନ ଲଞ୍ଚ କରିଛି ​​। ଭାରତୀୟ ବଜାରରେ ଏହି ବାଇକ୍ ହିରୋ ସ୍ପ୍ଲେଣ୍ଡର ଏବଂ ବଜାଜ ପ୍ଲାଟିନାକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି । ଏହାପୂର୍ବରୁ, ହୋଣ୍ଡାର ସାଇନ ୧୨୫ସିସିରେ ଆସୁଥିବାବେଳେ ଏବେ ହୋଣ୍ଡା ସାଇନ ୧୦୦ ସିସିରେ ଉପଲବ୍ଧ ହେବ । ହୋଣ୍ଡା ପକ୍ଷରୁ ଏହି ବାଇକକୁ ୬୪୯୦୦ ଟଙ୍କା ଏକ୍ସ-ଶୋ’ରୁମ୍ ମୂଲ୍ୟରେ ଲଞ୍ଚ କରିଛି । ଏହି ୧୦୦ସିସି ବାଇକ ଲିଟର ପିଛା ୬୦ କିଲୋମିଟର ମାଇଲେଜ୍ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସାଇନ ୧୦୦ ସିସିର ଗ୍ରାଉଣ୍ଡ କ୍ଲିୟରାନ୍ସ ହେଉଛି ୧୬୮ ଏମଏମ ଥିବାବେଳେ ୫ଟି ରଙ୍ଗ ବିକଳ୍ପରେ ବଜାରରେ ଲଞ୍ଚ କରାଯାଇଛି ।

ଏଥିରେ ଡିଜିଟାଲ୍ ସ୍ପିଡୋମିଟର, ୱାର୍ଣ୍ଣିଙ୍ଗ ଲାଇଟ୍, ଟେଲିସ୍କୋପିକ୍ ଫ୍ରଣ୍ଟ୍, କମ୍ବି-ବ୍ରେକ୍ ସିଷ୍ଟମ୍ ଭଳି ବୈଶିଷ୍ଟ୍ୟ ରହିଛି । ବର୍ତ୍ତମାନ କମ୍ପାନୀ ପକ୍ଷରୁ ସାଇନ ୧୦୦ର ବୁକିଂ ଆରମ୍ଭ କରାଯାଇଥିବାବେଳେ ମେ ୨୦୨୩ରୁ ଏହା ଡେଲିଭରି କରାଯିବ । କୁହାଯାଉଛି ଯେ ଏହି ନୂଆ ସାଇନ-୧୦୦ ସିସି ବଜାରରେ ହିରୋ ମୋଟୋକର୍ପର ଏଚଏଫ ଡିଲକ୍ସ, ସ୍ପ୍ଲେଣ୍ଡର ପ୍ଲସ ଓ ବାଜାଜର ପ୍ଲାଟିନାକୁ କଡା ଟକ୍କର ଦେବ । ହିରୋ ମୋଟୋକର୍ପର ୧୦୦ ସିସିର ବାଇକର ଏକ୍ସ-ଶୋ’ରୁମ୍ ମୂଲ୍ୟ ୫୪୯୬୨ ରୁ ୭୫୮୪୦ ଟଙ୍କା ମଧ୍ୟରେ ଥିବାବେଳେ ବାଜାଜ ପ୍ଲାଟିନାର ୧୦୦ ସିସିର ଏକ୍ସ-ଶୋ’ରୁମ୍ ମୂଲ୍ୟ ୬୭,୪୭୫ ଟଙ୍କା ରହିଛି ​​। ତେଣୁ, ସାଇନ-୧୦୦ ମୁଖ୍ୟତଃ ସ୍ପ୍ଲେଣ୍ଡର ଓ ପ୍ଲାଟିନାକୁ କଡା ଟକ୍କର ଦେବ ।

Leave A Reply

Your email address will not be published.