ଭୁବନେଶ୍ୱର: ଓଡ଼ିଶାର ଏଚ୍ଆରପିସି ଡିଜିପି ଏନ୍. ବି. ଭାରତୀ ୨୦୧୭ରୁ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ଏବେ ଏହି ଆଇପିଏସ ଅଧିକାରୀଙ୍କୁ ନୋଟିସ୍ ପଠାଯାଇଛି। ଆଇପିଏସ୍ ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ନଚେତ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୨୦୧୭ରେ ତାଙ୍କ ବିରୋଧରେ ଓଡ଼ିଶା ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ୨୦୨୦ରେ ଏହାର ତଦନ୍ତ ହୋଇଥିଲା। କିନ୍ତୁ ବାରମ୍ବାର ନୋଟିସ୍ ସତ୍ତ୍ୱେ ସେ ହାଜର ହୋଇ ନ ଥିଲେ। ତେଣୁ ଏକପକ୍ଷୀୟ ଭାବେ ମାମଲା ଚାଲିଲା।
ତଦନ୍ତ ପରେ ଭାରତୀଙ୍କୁ ଅବମାନନା ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାୟାଇଥିଲା। ଗୃହ ବିଭାଗ ତଦନ୍ତ ରିପୋର୍ଟର ନକଲ ସହ ୨୦୨୨ରେ ଏକ ନୋଟିସ୍ ପଠାଇଥିଲା ଯେଉଁଥିରେ ତାଙ୍କୁ ଲିଖିତ ଭାବେ ଉପସ୍ଥାପନ ବା ଦାଖଲ କରିବାକୁ କୁହାଯାଇଥିଲା।
ତଦନ୍ତ ରିପୋର୍ଟର ନକଲ ସହିତ ଏନକ୍ଲୋଜରକୁ ୨୦୨୨ରେ ତାଙ୍କର ତିନୋଟି ଉପଲବ୍ଧ ଠିକଣାରେ ପଞ୍ଜିକୃତ ଡାକ ମାଧ୍ୟମରେ ପଠାଯାଇଥିଲା ଏବଂ ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଦ୍ୱିତୀୟ କପିକୁ ତାଙ୍କ ଦସ୍ତଖତ ସହିତ ଫେରାଇବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ଦୁଇଟି ଯାକ ଚିଠି ଫେରିଆସିଥିଲା।
ଡିଜିପିଙ୍କ ସୂଚନା ଅନୁୟାୟୀ ଏହାପରେ ଦୈନିକ ଖବରକାଗଜରେ ବିଜ୍ଞାପନ ଜରିଆରେ ନୋଟିସ ଦିଆଯାଇ ପନ୍ଦର ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ କୁହାଯାଇଛି। ଯଦି ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ କୌଣସି ଲିଖିତ ବୟାନ ନଦେବେ ତାହେଲେ ଅନୁମାନ କରାଯିବ ଯେ ତଦନ୍ତ ଅଧିକାରୀଙ୍କ ଅନୁସନ୍ଧାନ ଉପରେ ପ୍ରଦାନ କରିବା ପାଇଁ ତାଙ୍କ ପାଖରେ କୌଣସି ଯୁକ୍ତିୟୁକ୍ତ ସ୍ପଷ୍ଟୀକରଣ ନାହିଁ ଏବଂ ପ୍ରକ୍ରିୟାକୁ ଏକ ପାଖିଆ ସମାଧାନ କରାଯିବ।
ଭାରତୀ, ୧୯୯୮ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ। ରାଜ୍ୟ ପୁଲିସର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍ଆରପିସି)ରେ ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ଭାବେ ନିଯୁକ୍ତି ପାଇଛନ୍ତି। ଗତ ନଭେମ୍ବର ୨୨ ୨୦୭ରୁ ଅଫିସରେ ଅନୁପସ୍ଥିତ ଅଛନ୍ତି, ବିନା କୌଣସି ପୂର୍ବ ସୂଚନା କିମ୍ବା ଛୁଟି ଆବେଦନରେ।
Comments are closed.