Latest Odisha News

ଯକ୍ଷ୍ମା ଓ ମେରୁଦଣ୍ଡ ଯକ୍ଷ୍ମା ରୋଗର ନିରାକରଣ ସମ୍ଭବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର  ନିରାକରଣ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ(ଏନ୍‌ଟିଇପି)ର ଲକ୍ଷ୍ୟ ହାସଲ ଦିଗରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍‌ସ) କାର୍ଯ୍ୟ କରୁଛି । ଏଠାରେ ଯକ୍ଷ୍ମାର ବିଭିନ୍ନ ଚିକିତ୍ସା ସମେତ ଉନ୍ନତ ମେରୁଦଣ୍ଡ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରୁଛି ।
ହାଡ଼ ଜନିତ ଏବଂ ସ୍ନାୟୁଗତ ରୋଗକୁ ନେଇ ସମସ୍ୟା ଭୋଗୁଥିବା ରୋଗୀମାନଙ୍କ ଚିକିତ୍ସା ପାଇଁ କିମ୍‍ସ ସୁପର ସ୍ପେସିଆଲିଟି(କେସିସି) ସର୍ବଦା ପ୍ରସ୍ତୁତ । ମେରୁଦଣ୍ଡ ଯକ୍ଷ୍ମା ମଣିଷର ହାଡ଼କୁ ପ୍ରଭାବିତ କରିଥାଏ । ରୋଗୀମାନେ ମେରୁଦଣ୍ଡ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ମେରୁଦଣ୍ଡ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ଆଣ୍ଟି-ଟିବି-ଥେରାପି (ଏଟିଟି) କିମ୍ବା ଅସ୍ତ୍ରୋପଚାର ଦ୍ୱାରା ସମ୍ଭବ ହୋଇଥାଏ ।
କିମ୍‍ସ ସୁପର ସ୍ପେସିଆଲିଟିରେ ଏହାର ଚିକତ୍ସା ପାଇଁ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ବୋଲି କିମ୍‍ସର ଅସ୍ଥିଶଲ୍ୟ ଏବଂ ସ୍ନାୟୁ ବିଶେଷଜ୍ଞ ତଥା ଓଡ଼ିଶା ସ୍ପାଇନ୍ ସୋସାଇଟିର ସମ୍ପାଦକ ଡା. ଜିତେନ୍ଦ୍ର କୁମାର ରାଉତ କହିଛନ୍ତି । ଓଡ଼ିଶା ଲୋକଙ୍କ ମଧ୍ୟରେ ମେରୁଦଣ୍ଡ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିମ୍‌ସ ସୁପର ସ୍ପେସିଆଲିଟିରେ ବିରଳ ରୋଗର ସଫଳ ଚିକିତ୍ସା କରାଯାଇପାରୁଛି ।
ଆଜି ବି ଆମ ଦେଶରେ ପ୍ରତିବର୍ଷ ଯକ୍ଷ୍ମା ରୋଗରେ ବହୁ ଲୋକଙ୍କ ପ୍ରାଣ ହାନି ଘଟୁଛି । ଏହା ଏକ ସଂକ୍ରାମକ ରୋଗ ଏବଂ ଏହା ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବୋକୁଲୋସିସ୍ ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ବୋଲି ଡା. ରାଉତ କହିଛନ୍ତି । ସଂକ୍ରମିତ ବ୍ୟକ୍ତିର କାଶ, କଫ ଓ ଛିଙ୍କ ଆଦି ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିଥାଏ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ, ଏଚଆଇଭି ସଂକ୍ରମିତ, ଅତ୍ୟଧିକ ଧୂମପାନ କରୁଥିବା ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଲୋକ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ ।

 

ଏହି ରୋଗ ମୁଖ୍ୟତଃ ଫୁସ୍‍ଫୁସ୍‍କୁ ସଂକ୍ରମିତ କରିଥାଏ । ଏହା ସହ ନଖ ଏବଂ ବାଳକୁ ଛାଡ଼ି ଶରୀରର ଲସିକାଗ୍ରନ୍ଥି, ହାଡ଼ ଓ ଗଣ୍ଠି, ଅନ୍ତ୍ରନଳୀ, ଯକୃତ, ହୃତପିଣ୍ଡ ଓ ଚର୍ମ ଆଦିକୁ ଆକ୍ରାନ୍ତ କରିଥାଏ । ବିଶେଷ କରି ମେରୁଦଣ୍ଡକୁ ଆକ୍ରାନ୍ତ କରିଥାଏ ।  ଠିକ୍‍ ସମୟରେ ଏହି ରୋଗକୁ ଚିହ୍ନଟ କରିବା ସହିତ ଚିକିତ୍ସା କରାଯାଇପାରିଲେ ରୋଗୀମାନେ ସାଧାରଣ ଜୀବନଯାପନ କରିପାରିବେ ବୋଲି ପ୍ରଫେସର ରାଉତ ପରାମର୍ଶ ଦେଇଛନ୍ତି ।
Leave A Reply

Your email address will not be published.