Latest Odisha News

BREAKING NEWS

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଫିକି ଇଣ୍ଡିଆ ସଭାପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀସ୍ଥିତ ନର୍ଥ ବ୍ଲକ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତକରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ଶ୍ରୀପଣ୍ଡା, ଫିକି ଇଣ୍ଡିଆର ସଭାପତି ଭାବେ ତାଙ୍କର ରହିଥିବା କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇଥିଲେ ।

ଏଥି ସହିତ ଡ୍ରୋନ୍, ସୀମା ସୁରକ୍ଷା ଏବଂ ସ୍ମାର୍ଟ ପୋଲିସିଂ କ୍ଷେତ୍ରରେ ଫିକି ଦ୍ୱାରା ଚଳିତବର୍ଷ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟଧାରା ବିଷୟରେ ବିସ୍ତୃତ ସୂଚନା କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଦାନକରିଥିଲେ ।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଫିକିର ବରିଷ୍ଠ ଉପସଭାପତି ଅନିଶ ଶାହା, ଉପସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲ, ପୂର୍ବତନ ସଭାପତି ହର୍ଷ ପତି ସିଙ୍ଗାନିଆଙ୍କ ସହିତ ସେକ୍ରେଟାରୀ ଜେନେରାଲ ଶୈଳେଶ ପାଠକଉପସ୍ଥିତ ଥିଲେ ।

Leave A Reply

Your email address will not be published.