Latest Odisha News

BREAKING NEWS

କିଏ ଏହି ପୂର୍ଣ୍ଣେଶ ମୋଦି, ଯାହାଙ୍କ ଲାଗି ଫସିଗଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଟ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ତେବେ ରାହୁଲଙ୍କଠାରୁ ବେଶୀ ଚର୍ଚ୍ଚିତ ହୋଇ ଉଠିଛନ୍ତି ବିଜେପିର ପୂର୍ଣ୍ଣେଶ ମୋଦି । ତାଙ୍କର ଅଭିଯୋଗ କ୍ରମେ ଫସିଛନ୍ତି ରାହୁଲ । ପୂର୍ଣ୍ଣେଶ ୧୯୬୫ ଅକ୍ଟୋବର ୨୨ରେ ସୁରଟରେ ଜନ୍ମ ଗ୍ରହଣ କରିଥିଲେ । ପେଶାରେ ଆଇନଜୀବୀ ପୂର୍ଣ୍ଣେଶ ଗୁଜରାଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୩ରେ କିଶୋର ଭାଇଙ୍କ ନିଧନ ପରେ ସୁରଟ ପଶ୍ଚିମରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେ ୨୦୧୩ ଓ ୨୦୧୭ରେ ବିଜେପିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ମୋଦିଙ୍କ ସରନେମକୁ ରାହୁଲ ଟାର୍ଗେଟ କରିଥିଲେ ।

ସେ ଲଳିତ ମୋଦି, ନୀରବ ମୋଦିଙ୍କ ସମେତ ସମସ୍ତ ଚୋରଙ୍କ ସରନେମ କାହିଁକି ମୋଦି ରହୁଛି ବୋଲି ତାତ୍ସଲ୍ୟ କରି କହିଥିଲେ । ପୂର୍ଣ୍ଣେଶ ଏହା ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ । ଯାହାର ଶୁଣାଣୀରେ ସୁରଟ କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିରେ ତାଙ୍କୁ ଜାମିନ ମିଳିବା ପରେ ଏବେ ତାଙ୍କ ସଦସ୍ୟତା ରଦ୍ଦ ହୋଇଛି ।

Leave A Reply

Your email address will not be published.