Latest Odisha News

BREAKING NEWS

ରାଜ୍ୟବ୍ୟାପୀ ସ୍ୱାଧୀନତା ଦିବସ ପାଳନ: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯିବାକୁ ଥିବା ବେଳେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

ଜାଣନ୍ତୁ, ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ କେଉଁ ମନ୍ତ୍ରୀ କେଉଁସବୁ ସ୍ଥାନରେ ପତାକା ଉତ୍ତୋଳନ କରିବେ।

  • ଅର୍ଥମନ୍ତ୍ରୀ- ନିରଞ୍ଜନ ପୂଜାରୀ- କଟକ
  • ଜଙ୍ଗଲ ଓ ପରିବେଶ ମନ୍ତ୍ରୀ- ବିକ୍ରମ ଆରୁଖ- ଅନୁଗୁଳ
  • ଖଣି ଓ ଇସ୍ପାତ ମନ୍ତ୍ରୀ- ପ୍ରଫୁଲ୍ଲ କୁମାର ମଲ୍ଲିକ- ପୁରୀ
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କେନ୍ଦ୍ରାପଡ଼ା
  • ବାଣିଜ୍ୟ ଓ ପରିବହନ ମନ୍ତ୍ରୀ- ପଦ୍ମନାଭ ବେହେରା- କଳାହାଣ୍ଡି
  • ଆଇନ ମନ୍ତ୍ରୀ – ପ୍ରତାପ ଜେନା- ମୟୂରଭଞ୍ଜ
  • କୃଷିମନ୍ତ୍ରୀ- ଅରୁଣ ସାହୁ- ଢେଙ୍କାନାଳ
  • ରାଜସ୍ୱ ମନ୍ତ୍ରୀ- ସୁଦାମ ମାରାଣ୍ଡି- ସୁନ୍ଦରଗଡ଼
  • ଶ୍ରମ ମନ୍ତ୍ରୀ- ସୁଶାନ୍ତ ସିଂହ- କନ୍ଧମାଳ
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ- ନବ କିଶୋର ଦାସ- ବଲାଙ୍ଗିର
  • ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ- ଟୁକୁନି ସାହୁ- ନୟାଗଡ଼
  • ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ- ଜଗନ୍ନାଥ ସାରକା- କେନ୍ଦୁଝର
  • ଶକ୍ତି ମନ୍ତ୍ରୀ- ଦିବ୍ୟଶଙ୍କର ମିଶ୍ର- ସମ୍ବଲପୁର
  • ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ- ଅଶୋକ ପଣ୍ଡା- ବାଲେଶ୍ୱର
  • ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ- ସମୀର ରଞ୍ଜନ ଦାସ- ଯାଜପୁର
  • ପର୍ଯ୍ୟଟନ ମନ୍ତ୍ରୀ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ନବରଙ୍ଗପୁର
  • କୋରାପୁଟରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ
  • ଜଳସମ୍ପଦ ମନ୍ତ୍ରୀ- ରଘୁନନ୍ଦନ ଦାସ- ମାଲକାନଗିରି
  • ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ- ପଦ୍ମିନୀ ଦିଆନ- ରାୟଗଡ଼ା
  • ଗଜପତିରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.