Latest Odisha News

ପ୍ରେମରେ ଏମିତି ହୁଏ : ୫୦ ବର୍ଷ ପରେ ମିଶିଲେ ପ୍ରେମୀ ଯୁଗଳ

ନ୍ୟୁୟର୍କ: କୁହାଯାଏ ପ୍ରେମ ଚିରନ୍ତନ । ଏହାର ଶେଷ ନାହିଁ । ବୟସ ବର୍ଗ ନିର୍ବିଶେଷରେ କେତେବେଳେ କେହି ବି ପ୍ରେମରେ ପଡ଼ିଯାଆନ୍ତି,ତାହା ଅଜଣାତରେ ହୋଇଯାଏ । ଏମିତି ଅନେକ ଉଦାହରଣ ଅଛି । ତେବେ ନିକଟରେ ନ୍ୟୁୟର୍କ ବାସିନ୍ଦା ଏକ ପ୍ରେମୀଯୁଗଳଙ୍କ ୫୦ ବର୍ଷ ପରେ ଏକାଠି ହେବା ପ୍ରସଙ୍ଗ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାକୁ ଆସିଛି ।

୭୯ ବର୍ଷୀୟ ଲେନ୍ ଆଲବ୍ରାଇଟନ୍ ଏବଂ ୭୮ ବର୍ଷୀୟା ଜେନେଟ୍ ଷ୍ଟିୟର । ୧୯୬୩ ମସିହାରେ ଇଂଲଣ୍ଡର ଏକ ହସ୍ପିଟାଲରେ ନର୍ସିଂ ଟ୍ରେନିଂ ନେଉଥିଲେ । ପ୍ରଥମ ଦେଖାରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ଲେନ୍ ପକ୍ଷରୁ ବିବାହ ପ୍ରସ୍ତାବ ଜେନେଟ୍‌ଙ୍କ ଘରକୁ ଦିଆଯାଇଥିଲା । ହେଲେ ଜେନେଟଙ୍କ ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ । ନିରାଶ ହେବା ପରେ ଲେନ୍ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ । ସେଠାରେ ଘର କରି ରହିଲେ । ପରେ ବିବାହ ପାଇଁ ଜେନେଟ୍‌ଙ୍କ ଘର ଲୋକ ରାଜି ହେବାରୁ ଲେନ୍‌ଙ୍କ ଘର ଲୋକ ଆଉ ରାଜି ହେଲେନି । ପରେ ଲେନ୍‌ଙ୍କର ଅଷ୍ଟ୍ରେଲିଆରେ ଅନ୍ୟ ଏକ ଝିଅଙ୍କ ସହ ବିବାହ କରାଇଦେଲେ । ନିଜ ମନକୁ ବୁଝାଇ ଜେନେଟ୍ ମଧ୍ୟ ଅନ୍ୟ ଜଣେ ପୁଅଙ୍କୁ ବିବାହ କରିନେଲେ । ହେଲେ ଲେନ୍ ଜେନେଟଙ୍କୁ ଭୁଲି ପାରିଲେ ନାହିଁ । ୫୨ ବର୍ଷ ବୟସରେ ଲେନ୍ ତାଙ୍କ ପ୍ରେମ ପାଇଁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଇଂଲଣ୍ଡ ଚାଲିଆସିଥିଲେ । ପରେ ସିଧା ଯାଇ ଜେନେଟ୍‌ଙ୍କୁୁ ଦେଖାକରିବାକୁ ଘରେ ପହଞ୍ଚିଥିଲେ । ହେଲେ ଜେନେଟ୍ ତାଙ୍କୁ ଚିହ୍ନିି ନ ଥିବା ବାହାନା କରିି ସେଠାରୁ ଫେରାଇ ଦେଇଥିଲେ । ଏହାର ୨ ବର୍ଷ ପରେ ଜେନେଟ୍‌ଙ୍କ ସ୍ୱାମୀଙ୍କ କ୍ୟାନ୍ସରରେ ମୃତ୍ୟୁ ହୋଇଗଲା । କିଛି ଦିନ ପରେ ଉଭୟ ଉଭୟଙ୍କୁ ଦେଖାକଲେ । ବିବାହ କରିବାକୁ ନିଷ୍ପତ୍ତି ନେଲେ । ଶେଷରେ ବିବାହ ବି କଲେ ।

Comments are closed.