Latest Odisha News

ଡିସେମ୍ବର ସୁ୍ଦ୍ଧା ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ପୋଲ; କାମର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ:  ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଚେନାବ ନଦୀ ଉପରେ ନିର୍ମାଣାଧୀନ ଦୁନିଆର ସର୍ବୋଚ୍ଚ ରେଳ ବ୍ରିଜ୍  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି  ବ୍ରିଜର ନିର୍ମାଣକାର୍ଯ୍ୟର ସମୀକ୍ଷା ପାଇଁ ଯାଇଥିବେଳେ  ଚେନ୍ନାବ ନଦୀ କୂଳରେ ସମ୍ବାଦିକମାନଙ୍କୁ ଏହି ବୃହତ୍ତମ ରେଳବ୍ରିଜ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବ୍ରିଜରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରଲି ଚଳାଚଳ ହୋଇଛି । ଏହି ବ୍ରିଜ ଚଳିତ ବର୍ଷ ଶେଷ ସୁଦ୍ଧା ଲାେକାର୍ପିତ କରାଯିବାର ଯୋଜନା ରହିଛି । ଏହି ବ୍ରିଜ ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ୨୦୧୪ରେ ଏଥିପାଇ: ୭୦୦-୮୦୦ କୋଟି ବ୍ୟୟ ଅଟକଳା କରାଯାଇଥିଲା । ବର୍ତ୍ତମାନ ଏହା ୬ ହଜାର କୋଟିରେ ପହଞ୍ଚିଲାଣି । ତେବେ ଆସନ୍ତା ଡିସେମ୍ବର-ଜନୁୟାରୀ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ମନ୍ତ୍ରୀ  କହିଛନ୍ତି

ବ୍ରିଜ ଉପରେ ସୂଚନା ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ,  ଆର୍କ ସେପର ରେଲୱେ ବ୍ରିଜର ଉଚ୍ଚତା  ଉଚ୍ଚତା  359 ମିଟର (1,178 ଫୁଟ)  ଯାହା ପ୍ୟାରିସର ଏଫେଲ ଟାୱାରଠାରୁ 35 ମିଟର ଉଚ୍ଚ ଅଟେ  । ଏହାର ଲମ୍ବ ୧୩୧୫ ମିଟର ରହିଥିବାବେଳେ ବ୍ରିଜର ଗୋଟିଏ ପିଲରର ଉଚ୍ଚା ୧୩୧ ମିଟର ରହିଛି । ଏହା କୁତବମୀନାଠାରୁ ବି ଉଚ୍ଚା ବୋଲି କୁହାଯାଉଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ,   ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାର ବକ୍କାଲ ଏବଂ କାସୁରୀ ମଧ୍ୟରେ ଥିବା ଆର୍କ ବ୍ରିଜ୍  ନଦୀ କୂଳଠାରୁ 1,178 ଫୁଟ ଉଚ୍ଚରେ ରହିଛି । ଏହା କାଟ୍ରା ଠାରୁ ବାନିହାଲ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସୃଷ୍ଟି କରିଛି | ଏହା ଉଦାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ର ଏକ ଅଂଶ । ଏଠାରେ ଏପରି ରେଳ ଧାରଣା ଦିଆଯାଇଛି ଯେଉଁଥିରେ ଟ୍ରେକ ୧୦୦ କିମି ଘଣ୍ଟା ପ୍ରତି ବେଗରେ ଯାଇପାରିବନି । ବରଂ ୩୦ କିମି ବେଗରେ ଯାଇପାରିବ ।ସେତିକି ନୁହେଁ ୫ ତୀବ୍ରତାର ଭୂମିକମ୍ପକୁ ସହିବା ସହ ୨୬୬ କିମି ଘଣ୍ଟାପ୍ରତି ବେଗର ପବନକୁ ବି ସହିପାରିବ । ତେବେ ଏହି ବ୍ରିଜକୁ ଆତଙ୍କବାଦୀ ଏବଂ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହି ବ୍ରିଜ୍ ସମସ୍ତ ବାଧ୍ୟତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି |  ଜାମ୍ମୁ କାଶ୍ମୀରର ଲୋକମାନେ ଦୁଇ ଦଶନ୍ଧି ଅପେକ୍ଷା କରିବା ପରେ ଏହି ସେତୁ ନିର୍ମାଣ ହୋଇପାରିଛି | ପ୍ରଥମେ 2003 ରେ ଏହି ପ୍ରକଳ୍ପ ଅନୁମୋଦନ ହୋଇଥିଲା କିନ୍ତୁ ସ୍ଥିରତା ଏବଂ ନିରାପତ୍ତା ଭୟ ହେତୁ କିଛି ସମୟ ବିଳମ୍ବ ହୋଇଥିଲା। 2008 ମସିହାରେ, ସର୍ବୋଚ୍ଚ ରେଳ ସେତୁ ନିର୍ମାଣ ପାଇଁ ଚୁକ୍ତିନାମା କରାଯାଇଥିଲା |

 

Leave A Reply

Your email address will not be published.