Latest Odisha News

BREAKING NEWS

ରାଗିଂ ନେଇଗଲା ଜୀବନ !  ହଷ୍ଟେଲରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ

ଯାଜପୁର: ରାଗିଂ ନେଇଗଲା ଜୀବନ !  ଜୀବନ ହାରିଦେଲେ ଇଞ୍ଜିନିୟର ଛାତ୍ରୀ । ରାଗିଂ ସହି ନ ପାରି ଝୁଲିପଡିଲେ  ୩ୟ ବର୍ଷ ଇଲେକ୍ଟ୍ରିକାଲର ଛାତ୍ରୀ ରୋଜାଲି ପାତ୍ର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲର ଜଣେ ୩ୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।   ଛାତ୍ରୀ ଜଣକ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ( ୧୮) ବୋଲି ଜଣାପଡିଛି । ଛାତ୍ରୀ ଜଣକ ମେଧାବୀ ଥିଲେ ଏବଂ ୪ଟି କ୍ୟାମ୍ପସ ପାଇଥିଲେ  ବୋଲି କଲେଜର ଅଧକ୍ଷ ରାଜେନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି ।

ତେବେ ଆଜି ସକାଳେ ହଷ୍ଟେଲର ପଙ୍ଖାରେ ଚୁନି ଲଗାଇ ଝୁଲିପଡିଥିବା ସାଙ୍ଗମାନ ଦେଖିଥିଲେ । କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ସେ ଫୋନରେ ଘରକୁ ଜଣେଇଥିବା କହିଛନ୍ତି ପରିବାର ଲୋକେ ।  ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଓ ଯାଜପୁର ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

Comments are closed.