Latest Odisha News

BREAKING NEWS

ଅରୁଣ ଜେଟଲୀ ଅସୁସ୍ଥ, ଏମ୍ସ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିÂ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀ ଜେଟଲୀଙ୍କ୍ୁ ହସ୍ପିଟାଲର କାଡର଼୍ିଓ-ନୁ୍ୟରୋ ୱାଡର଼୍ରେ ରଖାଯାଇ ଚିକିତ୍ସା କରାଯାଉଛି ।

ବରିÂ ବିଜେପି ନେତା ଶ୍ରୀ ଜେଟଲୀଙ୍କ ଅସୁସ୍ଥତା ଖବର ପାଇ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ପରିଦର୍ଶନ କରିଛନ୍ତି ।

“ତାଙ୍କୁ ଅବଜରଭେସନରେ ରଖାଯାଇଛି, ମେଡ଼ିକାଲର ଏଣ୍ଡୋକୋଲୋଜିଷ୍ଟ, କାଡର଼୍ିଓଲୋଜିଷ୍ଟ ଏବଂ ନୁ୍ୟୃରୋ ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହିତ ଯାଞ୍ଚ କରାଯାଉଛି,” ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି ।

୬୬ ବର୍ଷ ବୟସ୍କ ଅରୁଣ ଜେଟଲୀ କେନ୍ଦ୍ର ଅର୍ଥମନ୍ତ୍ରୀ ରହିଥିବା ବେଳେ ତାଙ୍କର କିଡ଼ନୀ ପ୍ରତ୍ୟାରୋପଣ ଲାଗି ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିଲେ ।

ଏହି ଅସ୍ତେ୍ରାପଚାର ପରେ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଜଣେ ଡ଼ାଇବେଟିସ ରୋଗୀ ହୋଇ ଅସୁସ୍ଥ ରହିଥିଲେ ମଧ୍ୟ ଗତବର୍ଷ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ସମୟରେ ଦୀର୍ଘ ସମୟ ସଂସଦରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.