Latest Odisha News

BREAKING NEWS

କେରଳ ନିଆରା ପର୍ବ: ଯେଉଁଥିରେ ପୁରୁଷମାନେ ମହିଳା ବେଶରେ ସଜ୍ଜିତ ହୋଇ କରନ୍ତି ପୂଜାର୍ଚ୍ଚନା

କେରଳ: ବିଭିନ୍ନ ସ୍ଥାନରେ ଲୋକେ ଭିନ୍ନ ଭିନ୍ନ ପର୍ବ ପର୍ବାଣି ପାଳନ କରିଥାନ୍ତି । ଯେତେବେଳେ ଯଦି ଜଣେ ପୁରୁଷ ନାରୀ ବେଶରେ ସଜ୍ଜେଇ ହେବ ତାକୁ ଯିଏ ବି ଦେଖିବ ସେ ହସିବ । କିନ୍ତୁ କେରଳରେ ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ, ଯେଉଁଥିରେ ପୁରୁଷମାନେ ମହିଳାଙ୍କ ପରି ଡ଼୍ରେସ ଓ ଶାଢି ପିନ୍ଧିବା ସହ ସଜ୍ଜେଇ ବି ହୋଇଥାନ୍ତି । କେହି ସେମାନଙ୍କୁ ଦେଖଛ ହସନ୍ତି ନାହିଁ କିମ୍ବା ପରିହାସ କରନ୍ତି ନାହିଁ । ବରଂ ଏହା ହେଉଛି ସେମାନଙ୍କର ପ୍ରସିଦ୍ଧ ପର୍ବ, ଯାହାକୁ ଦେଖିବାକୁ ଲୋକେ ଦୂର ଦୂରାନ୍ତରୁ ଆସିଥାନ୍ତି ।

କେରଳର କୋଲାମ ଜିଲ୍ଲାର କୋଟାମକୁଲକରା ଅଞ୍ଚଳରେ ଏକ ଦେବୀ ମନ୍ଦିର ଅଛି ଯେଉଁଠାରେ ଚାମାୟାଭିଲାକ୍କୁ ପର୍ବ ଧୂମ୍‌ଧାମରେ ପାଳନ କରାଯାଏ । ଏହି ପର୍ବର ସ୍ୱାତନ୍ତ୍ର‌୍ୟ ହେଲା, ଏଥିରେ ପୁରୁଷମାନେ ମହିଳାଙ୍କ ପରି ପରିଧାନ କରନ୍ତି । ଏହି ପର୍ବକୁ ଆଲୋକର ପର୍ବ ଭାବରେ ବିବେଚନା କରାଯାଏ । ଏହା ମାର୍ଚ୍ଚ ମାସର ଦ୍ୱିତୀୟାର୍ଦ୍ଧରେ ପାଳନ କରାଯାଏ । ଏହି ପର୍ବରେ ପୁରୁଷମାନେ ମହିଳାଙ୍କ ପରି ଶାଢି , ଅଳଙ୍କାର ପିନ୍ଧନ୍ତି ଏବଂ ମହିଳାଙ୍କ ପରି ମେକ୍ ଅପ୍ ନିଅନ୍ତି । କିନ୍ନରମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇଥାନ୍ତି । ଏପରି ବେଶରେ ସଜ୍ଜିତ ହୋଇ ପୂଜାର୍ଚ୍ଚନା କଲେ ପରିବାରର ମଙ୍ଗଳ ହେବା ସହ ଶୁଭଫଳ ମିଳିଥାଏ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ ରହିଛି । ଏବେ ଏହି ପର୍ବ ଏକ ପ୍ରତିଯୋଗିତା ପାଲଟିଗଲାଣି । ଏଥିରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀ ପୁରୁଷମାନେ ନିଜକୁ ସୁନ୍ଦର ଭାବେ ଏକ ମହିଳା ଭାବେ ସଜ୍ଜେଇ ଭାଗ ନେଇଥାନ୍ତି । ଏଥିରେ ଯିଏ ସବୁଠୁ ସୁନ୍ଦର ହୋଇଥିବ ତାଙ୍କୁ ପୁରସ୍ମୃତ କରାଯାଏ ।
ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡ଼ିଓ ସେୟାର ହେବା ପରେ କେହି ବିଶ୍ୱାସ କରି ପାରୁନାହାନ୍ତି ପ୍ରକୃତରେ ଏମାନେ ଜଣେ ଜଣେ ପୁରୁଷ ।

Leave A Reply

Your email address will not be published.