Latest Odisha News

BREAKING NEWS

ନାବାଳିକା ମୃତ୍ୟୁ ପଛରେ ବଳି ସନ୍ଦେହ, ପଶ୍ଚିମବଙ୍ଗ ଡିଜିପିଙ୍କୁ ରିପୋର୍ଟ ମାଗିଲା ଏନସିପିସିଆର

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ଥିବା ତିଜଲାରେ ଜଣେ ୭ ବର୍ଷର ନିରୀହ ଝିଅର ମୃତ୍ୟୁ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଏନସିପିସିଆର ରାଜ୍ୟ ଡିଜିପିଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଛି।

ସୋମବାର ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଏକ ନୋଟିସ ଜାରି କରି କହିଛନ୍ତି ଯେ କୋଲକାତାରେ ଜଣେ ୭ ବର୍ଷର ବାଳିକାଙ୍କ ମୃତ୍ୟୁ ହୋଇଥିବା ଘଟଣା ତାଙ୍କ ନଜରକୁ ଆସିଛି। ଆମେ ରାଜ୍ୟର ଡିଜିପି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏକ ନୋଟିସ୍ ଜାରି କରୁଛୁ। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ।

ବିଜ୍ଞପ୍ତିରେ କୁହାଯାଇଛି, କୋଲକାତାର ତିଜଲା ଅଞ୍ଚଳରେ ଥିବା ଜଣେ ପଡ଼ୋଶୀଙ୍କ ଘରୁ ସାତ ବର୍ଷର ବାଳିକାଙ୍କ ମୃତଦେହ ମିଳିଥିଲା। ଏହାରରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବଳି ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ତେଣୁ ଆତଙ୍କ ଖେଳିଯାଇଛି ସ୍ଥାନୀୟ ଅଞ୍ଚଳରେ। ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଆଲୋକ କୁମାର ପୋଲିସ ଦ୍ୱାରା ଗିରଫ ହୋଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ପରିବାର ଲୋକ ଏବଂ ଆଖପାଖର ଲୋକମାନେ ନ୍ୟାୟ ଦାବିରେ ରାସ୍ତା ରୋକ ମଧ୍ୟ କରିଥିଲେ। ତେଣୁ, ଏହି ଘଟଣାର ତଦନ୍ତ କରିବାକୁ ଏବଂ ୪୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ତଥ୍ୟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ରବିବାର ଦକ୍ଷିଣ କୋଲକାତାର ତିଲଜିଲାସ୍ଥିତ ଜଣେ ୭ ବର୍ଷର ବାଳିକା ତାଙ୍କ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କ ମୃତଦେହକୁ ତିଜଲାସ୍ଥିତ ଘର ନିକଟ ଏକ ଅଖା ଭିତରୁ ପାଇଥିଲା, ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ଏହି ମାମଲାରେ ଜଣେ ପଡ଼ୋଶୀଙ୍କୁ ଗିରଫ କରାଯାଇଛି। ଏହା ପରେ ସ୍ଥାନୀୟ ଲୋକ ତିଜଲା ପୋଲିସ ଷ୍ଟେସନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ନିଖୋଜ ନାବାଳିକାକୁ ଖୋଜିବାରେ ପୋଲିସ ବିଳମ୍ବ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.