Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବକ ପରମ୍ପରା ବିଷୟରେ ଆଲୋଚନା ଅବସରରେ ଆମେ କିଛି ସେବକଙ୍କୁ ଜାଣିଲେ ଯାହାଙ୍କ ସେବା ପ୍ରଦାନର ଶୈଳୀ ନିଆରା, ନାମକରଣ ମଧ୍ୟ ନିଆରା । ଏହି କ୍ରମରେ ଆଉ ଗୋଟିଏ ନାମ ହେଲା “ପୂଜା ପଣ୍ଡା “ସେବକ। ଏମାନେ ମୁଖ୍ୟତଃ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଳଭ, ସକାଳ ଧୂପ, ଟେରା ଫିଟିଲେ, ବିଡ଼ିଆ ମଣୋହି ସହ ଆଳତି, ଭୋଗ ମଣ୍ଡପ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତି, ଜୟ ମଙ୍ଗଳ ଆଳତି, ବଡ଼ ସିଂହାର ଧୂପ, ଜଗମୋହନରେ ଯଜମାନଙ୍କ ଭୋଗ, ସର୍ପl ମଣୋହି ଉପଚାର, ଅଧିକ ଭୋଗ, ଭିତର ବାହାର ପନ୍ତି ଭୋଗ ପର୍ବ ଯାତ୍ରା ଭୋଗ କରିଥାନ୍ତି। ଏହା ଥିଲା ସକାଳୁ ରାତ୍ରି ପହୁଡ଼ ପର୍ଯ୍ୟନ୍ତ ଦୈନିକ କାର୍ଯ୍ୟ। ଯେମିତି ପର୍ବ ଓ ଯାତ୍ରା ସମୟରେ ଭୋଗ ଲାଗନ୍ତି । ସେହିପରି ଆଉ କଣ କଣ କାର୍ଯ୍ୟ (ବିଶେଷ ସେବା )କରନ୍ତି ତାହା ଜାଣିବା ଆଗାମୀ ଅଧ୍ୟାୟ ମାନଙ୍କରେ। ଏବେ ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ।

“ପ୍ରକୃତି ଜନ୍ମ ଅନୁସାରେ
ସ୍ୱଭାବ ଆଚର ବେଭାରେ ।
ହୀନ ସଙ୍ଗତେ ହୀନ ଗତି
ହସି କହନ୍ତି ଯଦୁ ପତି ।
ଉଦ୍ଧବ ଏକ ମନେ ଶୁଣ
ବ୍ରlହ୍ମଣ ଆଦି ଯେ ଲକ୍ଷଣ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.