Latest Odisha News

BREAKING NEWS

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି ଫୁଲକୋବି ଆମେ ଅଧିକ ସେବନ କଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । କାରଣ ଅଧିକ ମାତ୍ରାରେ ଫୁଲକୋବି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ ।

– ଯେଉଁ ଲୋକଙ୍କୁ ହାର୍ଟ ଆଟାକ ହୋଇସାରିଛି ସେମାନଙ୍କ ମଧ୍ୟରୁ ଅନେକ ଲୋକ ରକ୍ତକୁ ପତଳା କରିବା ପାଇଁ ମେଡିସିନ୍‌ ଖାଇଥାନ୍ତି । କିନ୍ତୁ ସେମାନଙ୍କ ପାଇଁ ଫୁଲକୋବିର ସେବନ ବହୁତ ବିପଦପୂର୍ଣ୍ଣ ସାଜିପାରେ । ଫୁଲକୋବିକୁ ପୋଟାସିୟମର ରିଚ୍‌ ସୋର୍ସ ବୋଲି କୁହାଯାଏ । ଏହା ଶରୀରରେ ରକ୍ତ ଗାଢ଼ କରିଥାଏ ।

– ଫୁଲକୋବିରେ ରେଫିନୋଜ୍‌ ନାମକ ତତ୍ତ୍ୱ ରହିଥାଏ । ଏହା ଆମ ଶରୀରରେ ଏକପ୍ରକାରର କାର୍ବୋହାଇଡ୍ରେଟ ଭଳି କାମ କରିଥାଏ । ତେଣୁ ଫୁଲକୋବି ଖାଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ ।

– ଯେଉଁ ଲୋକଙ୍କର ଥାଇରଏଡ ସମସ୍ୟା ରହିଛି ସେମାନଙ୍କ ପାଇଁ ଫୁଲକୋବି ସେବନ ବହୁତ କ୍ଷତିକାରକ ହୋଇଥାଏ । ଏହାର ସେବନ ଦ୍ୱାରା ଟି-୩ ଏବଂ ଟି-୪ ହର୍ମୋନ୍‌ ସିକ୍ରିସନ୍‌ ବଢ଼ିବାକୁ ଲାଗିଥାଏ । ଫଳରେ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯାଇଯାଏ ।

 

 

 

Leave A Reply

Your email address will not be published.