Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଓହରିଲେ ୱିଲିୟମସନ !

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସକୁ ଶକ୍ତ ଧକ୍କା ଲାଗିଛି । ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଗୁଜରାଟର ଷ୍ଟାର ଖେଳାଳି କେନ ୱିଲିୟମସନ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଛି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ସେ ରନ ବଂଚାଇବାକୁ ଯାଇ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ଆଂଠୁ ମାଡ ହୋଇଯାଇଛି । ତାଙ୍କୁ ସଙ୍ଗେ ସଙ୍ଗେ ଡ୍ରେସିଂ ରୁମକୁ ନିଆଯାଇଥିଲା । ସେଠାରେ ତାଙ୍କ ଆଘାତ ଗୁରୁତର ଥିବା ଜଣାପଡିଛି । ମ୍ୟାଚରେ ୱିଲୟମସନଙ୍କ ସ୍ଥାନରେ ଇମ୍ପାକ୍ଟ ପ୍ଲେୟାର ଭାବେ ସାଇ ସୁଦର୍ଶନଙ୍କୁ ସାମିଲ କରାଯାଇଥିଲା ।

ଗୁଜରାଟ ମ୍ୟାନେଜମେଂଟ ପକ୍ଷରୁ ମନ୍ତବ୍ୟ ଆସିବା ପରେ ନ୍ୟୁଜିଲାଣ୍ଡର ଏହି ମହାନ ଖେଳାଳି ଆଇପିଏଲର ବାକିତକ ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ । ସୂଚନାଯୋଗ୍ୟ, ଗତ ସଂସ୍କରଣର ଚାମ୍ପିୟନ ଗୁଜରାଟ ଉଦଘାଟନୀ ମୁକାବିଲାରେ ଚେନ୍ନାଇକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ।

Leave A Reply

Your email address will not be published.