Latest Odisha News

BREAKING NEWS

ଆମେରିକାରୁ ଭାରତକୁ ଫେରିବ ୧୫ ପୁରାତନ କଳାକୃତି

ନୂଆଦିଲ୍ଲୀ: ଆମେରିକାରୁ ଭାରତକୁ ଫେରିବ ୧୫ ଆଂଟିକ ମୂର୍ତି ଓ କଳାକୃତୀ । ନ୍ୟୁୟର୍କର ମେଟ୍ରୋପଲିଟନ ମ୍ୟୁଜିୟମ ଅଫ ଆର୍ଟ ଏହା ଭାରତକୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅମୂଲ୍ୟ କଳାକୃତିକୁ ଭାରତରୁ ଅବୈଧ ଭାବେ ସେଠାକୁ ନିଆ ଯାଇଥିଲା । ସ୍ମଗଲର ସୁଭାଷ କାପୁର ଏଗୁଡିକ ବିକ୍ରି କରିଥିଲେ । ସୁଭାଷ ଏବେ ତାମିଲନାଡୁ ଜେଲରେ ବନ୍ଦୀ ଅଛନ୍ତି । ଏହି ମୂର୍ତି ଓ କଳାକୃତିକୁ ନେଇ ଉପୁଜିଥିବା ବିବାଦର ସମାଧାନ ଘଟିବା ସହ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିତ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି ।

ଭାରତ ପକ୍ଷରୁ ଏ ନେଇ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଛି । ସୁଭାଷ ଧରାପଡିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଥିଲା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଆରମ୍ଭ କରି ଏକାଦଶ ଶତାବ୍ଦୀର ଏହି କଳାକୃତି ଟେରାକୋଟା, ତମ୍ବା ଓ ପଥରରେ ନିମିର୍ତ । ଏହା ମଧ୍ୟରେ ଯକ୍ଷ ଓ ଅପ୍ସରାଙ୍କ ମୂର୍ତି ମଧ୍ୟ ରହିଛି ।

Leave A Reply

Your email address will not be published.