Latest Odisha News

BREAKING NEWS

ଫ୍ଲପ୍ ହେଲା ଫିଲ୍ମ ଭିଡ଼୍ : ଟିମ୍ ସଦସ୍ୟଙ୍କୁ କ୍ଷମା ମାଗିଲେ ନିର୍ଦ୍ଦେଶକ ଅନୁଭବ ସିହ୍ନା

ମୁମ୍ବାଇ: କରୋନା ମହାମାରିର ପ୍ରଭାବକୁ ନେଇ ନିର୍ମିତ ଫିଲ୍ମ ‘ଭିଡ଼୍‌’ ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ସେହିପରି ଫିଲ୍ମ ‘ଉନ୍‌କେ’ ବି ଫ୍ଲପ୍ ହୋଇଛି । ଏହାକୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିର୍ଦ୍ଦେଶକ ଫିଲ୍ମର ଟିମ୍ ମେମ୍ବରମାନଙ୍କୁ କ୍ଷମା ମାଗିଛନ୍ତି । ଫିଲ୍ମ ଫ୍ଲପ୍ ହେବାରେ ମୋର ହିଁ ଦୋଷ । କାରଣ ପ୍ରତ୍ୟେକ ସଦସ୍ୟଙ୍କ ସମୟକୁ ନଷ୍ଟ କରିଛି ।

ଫିଲ୍ମ ‘ଭିଡ଼୍‌’ରେ କରୋନା ମହାମାରିର ପ୍ରଭାବକୁ ନେଇ କାହାଣୀ ଗତିଶୀଳ ହୋଇଛି । ବିଶେଷକରି ବାରମ୍ବାର ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଶ୍ରମିକମାନେ କିଭଳି କଷ୍ଟ ଭୋଗିଥିଲେ ତାହା ସିନେମାରେ ପ୍ରତିଫଳିତ ହୋଇଛି । କୋଭିଡ଼କୁ ନେଇ ସିଲିଭର ସ୍କ୍ରିନ୍ ପାଇଁ ଏହା ପ୍ରଥମ ବିଗ୍ ବଜେଟ୍ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମଟିକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେଇଛନ୍ତି । ‘ତୁମ୍ ବିନ୍‌’, ‘ଦସ୍‌’, ‘ରାବଣ’, ‘ମୁଲ୍କ’ ଏବଂ ‘ଥପ୍ପଡ୍‌’ ଆଦି ସୁପରହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ଅନୁଭବ ସିହ୍ନା ତାଙ୍କ ଫିଲ୍ମ ‘ଭୀଡ଼୍‌’ରେ ଏତେଟା କମାଲ ଦେଖାଇ ପାରିଲେ ନାହିଁ ।

Leave A Reply

Your email address will not be published.