ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଅନୁମୋଦନ ଦେବା ପରେ ଲୋକଙ୍କ ମନରେ ମେଟ୍ରୋ ସେବାକୁ ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ସହର କେତେ ସମୃଦ୍ଧ, ତାହା ଏହି ମେଟ୍ରୋ ସେବା ବଖାଣିଥାଏ ବୋଲି କୁହାଯାଏ। ସହରକୁ ସହର ମଧ୍ୟରେ ଯୋଡିବାରେ ଏହି ସେବା ଅନ୍ୟତମ ମାଧ୍ୟମ ପାଲଟିଥାଏ।
ମୋଦୀ ସରକାର ଆସିବାପରେ ମେଟ୍ରୋ ସେବା ଅଧିକକୁ ଅଧିକ ଆରମ୍ଭ ହୋଇଚାଲିଛି। ଯଦିଓ କେନ୍ଦ୍ର ସରକାର ବିଭିନ୍ନ ସହରରେ ଏହି ପ୍ରକଳ୍ପ କାମ କରୁଛନ୍ତି କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାର ନିଜସ୍ବ ସମ୍ବଳରେ ଏହି ପ୍ରଦୂଷଣ ମୁକ୍ତ, କମ୍ ପଇସା ଏବଂ ଶୀଘ୍ର ଯାତାୟତର ସେବା ଯୋଗାଇ ଦେବେ ବୋଲି କହିଛନ୍ତି।
ବଢ଼ୁଥିବା ଜନସଂଖ୍ୟା ଏବଂ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ଦେଖି ବ୍ରିଟେନର ରାଜଧାନୀ ଲଣ୍ଡନରେ ଏହି ସେବା ପ୍ରଥମେ ୧୦ ମେ ୧୮୬୩ରେ ଆରମ୍ଭ ହୋଇଥିଲା। ପରେ ଅନ୍ୟ ଦେଶରେ ଆରମ୍ଭ ହୋଇଛି। ସେହିପରି ୧୯୮୪ ମସିହାରେ ଦେଶରେ କୋଲକାତାରେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ରେଳ ସେବା। ଦେଶର ଏହା ଏକମାତ୍ର ମେଟ୍ରୋ ରେଳ ନେଟୱାର୍କ ଯାହା ଭାରତୀୟ ରେଳ ଦ୍ୱାରା ନିୟନ୍ତ୍ରିତ। ଅନ୍ୟ ସମସ୍ତ ସ୍ୱୟଂଶାସିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ। ବର୍ତ୍ତମାନ ଦେଶର ୧୨ଟି ସହରରେ ପ୍ରାୟ ୬୬୦ କିଲୋମିଟର ଟ୍ରାକରେ ମେଟ୍ରୋ ଚଳାଚଳା କରୁଛି। ଦେଶରେ ଗୋଟିଏ ରାଜ୍ୟର ଅଧିକାଂଶ ସହରରେ ମେଟ୍ରୋ ରେଳ ଚଳାଚଳ କରୁଥିବା ପ୍ରଥମ ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ମେଟ୍ରୋ ସେବାର ସମ୍ବୂର୍ଣ୍ଣ ନାମ ହେଉଛି ମାସ ରାପିଡ ଟ୍ରାନସପୋର୍ଟ ସିଷ୍ଟମ (MRTS)।
ମେଟ୍ରୋ ସେବାର ଲାଭ କ’ଣ?
- ଏହା ଟ୍ରେନ୍ ଏକ ନିର୍ଦ୍ଦିଷ୍ଟ ରୁଟରେ ଚାଲିଥାଏ
- ଏହାର ବେଗ୍ ବହୁତ ଅଧିକ, କମ୍ ସମୟ ଏବଂ ସୁଲଭ ଦରରେ ଏହି ସେବା ମିଳେ
- ଅଣ୍ଡର ଗ୍ରାଉଣ୍ଡ କିମ୍ବା ହାଇଦ୍ରାବାଦ ଭଳି ସହରରେ ଉପରେ ଉପରେ ଏହି ସେବା ପ୍ରଦାନ କରାଯାଉଛି
- ମେଟ୍ରୋ ଟ୍ରେନ ଶୀତ ତାପ ନିୟନ୍ତ୍ରକ
- ଲୋକଙ୍କର ସୁରକ୍ଷା ମୁଖ୍ୟତଃ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଏବଂ ସୁରକ୍ଷା କର୍ମୀ ନିୟୋଜିତ
- ଟ୍ରେନଟି ନିର୍ଦ୍ଦିଷ୍ଟ ରୁଟରେ ଚାଲୁଥିବାରୁ ଯାତାୟାତ ସେବା ବିଳମ୍ବ ହେବାର ସମ୍ଭାବନା କମ୍
- ମେଟ୍ରୋ ସେବା ବିଦ୍ୟୁତ ଦ୍ବାରା ଚାଲିଥାଏ
- ଯାତାୟତ ବେଳେ ଧୂଳି, ଧୂଆଁର ସମ୍ଭାବନା କହିବାକୁ ଗଲେ ଶୂନ
- ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଉତ୍ତର ପ୍ରଦେଶରେ ମେଟ୍ରୋ ସେବାର ଭରପୁର ଲାଭ ଉଠାନ୍ତି ଲୋକେ
ମେଟ୍ରୋ ସେବା କାହିଁକି ବିଳମ୍ବ ହୁଏ?
- ଏକ ନିର୍ଦ୍ଦିଷ୍ଟ ରୁଟରେ ଚାଲୁଥିବାରୁ ଏହା ଏକ ବ୍ୟୟବହୁଳ ଯୋଜନା
- ରୁଟ ତିଆରି କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଥାଏ
- ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ନଥିଲେ ଏହା ଚାଲିବା ଅସମ୍ଭବ
- ସହର ସହର ମଧ୍ୟରେ ସଂଯୋଜନା ଭଲ ଭାବରେ ନଥିଲେ ଟ୍ରେନ ଗଡ଼ିବା ଅସମ୍ଭବ
- ଦୁଇଟି ସହର ଭିତରେ ୨୦ ଲକ୍ଷ ଲୋକ ଥିଲେ ଏହି ସେବା ଆରମ୍ଭ ହୁଏ
Comments are closed.