Latest Odisha News

BREAKING NEWS

ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ପ୍ରତିଷ୍ଠିତ କଳାକାର

ମୁମ୍ବାଇ: ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଉକ୍ତ କଳାକାରଜଣଙ୍କ ଶ୍ରୀଦେବୀଙ୍କ ପରି ଦେଖାଯାଉଛନ୍ତି । ଆଉ ସେ କଳାକାରଜଣଙ୍କ ହେଲେ ଅନୁପମ ଖେର । ବିଶ୍ୱାସ ନ ହେଲେ ବି ଏହା ସତ । ଆପଣମାନେ ମଧ୍ୟ ଫଟୋକୁ ଦେଖି ଚକିତ ହୋଇ ପଡିବେ । ୧ ଏପ୍ରିଲ ୧୯୯୧ର ସିନେ ବ୍ଲିଜ ପତ୍ରିକାରେ ଏହି ଫଟୋ ପ୍ରକାଶିତ ହୋଇଥିଲା । ଯାହାକି ସେ ସମୟରେ ବେଶ ଚର୍ଚ୍ଚିତ ହୋଇଥିଲା । ଏତେ ଦିନ ପରେ ଅନୁପମ ଏହି ଫଟୋ ଶେୟାର କରିବା ପରେ ଏବେ ବି ଏହା ଭାଇରାଲ ହୋଇଛି ।

ଅନୁପମଙ୍କୁ ମିକି କଂଟ୍ରାକ୍ଟର ଶ୍ରୀଦେବୀଙ୍କ ବେଶରେ ସଜେଇଥିଲେ । ଗ୍ରାହକମାନଙ୍କୁ ଏପ୍ରିଲ ଫୁଲ କରିବା ଉଦ୍ଦେଶ୍ୟରେ ଏହି ଫଟୋ ପ୍ରକାଶ ପାଇଥିଲା । ଅନୁପମ ନିଜକୁ ଶ୍ରୀଦେବୀଙ୍କ ଭଉଣୀ ବୋଲି ପରିଚୟ ଦେଇଛନ୍ତି । ଅନୁପମ ଜଣେ ଉତମ କଳାକାର । ନିକଟରେ ତାଙ୍କର କଶ୍ମୀର ଫାଇଲ୍ସ ଫିଲ୍ମ ଦେଶ ଓ ବିଦେଶରେ ବେଶ ସଫଳତା ହାସଲ କରିଥିଲା ।

Leave A Reply

Your email address will not be published.