Latest Odisha News

BREAKING NEWS

ଏପ୍ରିଲ୍ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଓ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ ।

ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ସ୍କୁଲ ମାନଙ୍କର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରି ପାରିବେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ମାନଙ୍କରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

୨୦୨୩-୨୪ ଶିକ୍ଷା ବର୍ଷରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହେବ ।

Leave A Reply

Your email address will not be published.