Latest Odisha News

BREAKING NEWS

ରାହୁଲ ଗାନ୍ଧିଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟାର୍ଗେଟ, କହିଲେ; ଗଣତନ୍ତ୍ର ସହିତ ଖେଳୁଛି କଂଗ୍ରେସ

କଂଗ୍ରେସ ପାଇଁ କିଛି ଫାଷ୍ଟ୍ କ୍ଲାସ ଓ ବାକି ଥାର୍ଡ କ୍ଲାସ୍ ସିଟିଜେନ୍ । ଏକଥା ଆମେ ନୁହେଁ, ସାମ୍ବାଦିକ ସମ୍ମିଳନୀ କରି ବୁଧବାର କିଛି ଏଭଳି କହିଛନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦିନେ ରାହୁଲ ଗାନ୍ଧିଙ୍କ ନିକଟତମ ଭାବେ ପରିଚିତ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ବର୍ଷିଛନ୍ତି। କେନ୍ଦ୍ରମନ୍ତ୍ରୀ ସିନ୍ଧିଆ, ରାହୁଲଙ୍କୁ କଡ଼ା ଆକ୍ରମଣ କରି କହିଛନ୍ତି ଯେ, ଏହା ପ୍ରଥମ ଘଟଣା ନୁହେଁ ଯେ ଜଣେ ସାଂସଦଙ୍କ ସଦସ୍ୟତା ବାତିଲ ହୋଇଛି। ତେବେ ଏଥର ଏତେ ବିବାଦ କାହିଁକି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଏକ ବିଶେଷ ଚିକିତ୍ସା ଦିଆଯାଉଛି।

କଂଗ୍ରେସକୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ କହିଛନ୍ତି, କଂଗ୍ରେସ ଗଣତନ୍ତ୍ର ସହ ଖେଳିବା ଏବଂ ସର୍ବନିମ୍ନ ସ୍ତରକୁ ଆସିବା ବନ୍ଦ କରି ନାହିଁ। ଏହା ଗଣତନ୍ତ୍ର ନୁହେଁ ସ୍ୱାର୍ଥପରତା ପାଇଁ ଲଢେଇ। ଏହା କୋର୍ଟ ଉପରେ ଚାପ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାହୁଲ ଓ କଂଗ୍ରେସକୁ ଏଭଳି ଆକ୍ରମଣ ଜାତୀୟ ରାଜନୀତିକୁ ସରଗରମ କରିଛି ।

Comments are closed.