Latest Odisha News

ବଲିଉଡର ମୋଷ୍ଟ ହମ୍ବଲ୍ ଆକ୍ଟ୍ରେସ୍ କିଏ ଜାଣନ୍ତୁ…

ମୁମ୍ବାଇ: ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କମ୍ ବୟସରୁ ହିଁ ବଡ଼ ସଫଳତା ହାସଲ କରିପାରିଛନ୍ତି । ସାଦଗୀ ଆଉ ସଫଳତାର କଥା କହିଲେ ସମସ୍ତଙ୍କ ମନରେ ବଲିଉଡର ଛୋଟେ ନବାବ ସୈଫଅଲ୍ଲୀ ଖାନଙ୍କ ଝିଅ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଚେହେରା ନଜରକୁ ଆସିଥାଏ ।

ଅତି ସାଧାରଣ ବେଶଭୂଷାରେ ରହୁଥିବା ସାରା ନିଜ ସୁନ୍ଦର ଚେହେରା ସହ ନିଜ ମନଲୋଭା ହସ ଓ ଶାଳୀନତା ପୂର୍ଣ୍ଣ ବ୍ୟବହାରରେ ସମସ୍ତଙ୍କ ମନକୁ ଜିଣି ରଖିଛନ୍ତି ।

ସାରାଙ୍କୁ ଜଣା ମନ ଜିତିବାର କଳା । ତାଙ୍କୁ ଜଣେ ଭଦ୍ର ଓ ନମ୍ର କଳାକାର କହିଲେ ଜମାବି ଭୁଲ ହେବ ନାହିଁ ।

ସୋଶିଆଲ ମିଡିଆରେ ଶେଆର ହେଉଥିବା ସାରାଙ୍କ ଭିଡିଓ ଗୁଡିକରେ ତାଙ୍କ ନମ୍ର ସ୍ୱଭାବର ଝଲକ ଅନେକବାର ଦେଖିବାକୁ ମିଳିଛି ।

ସାରାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ । ତାଙ୍କ ସାଦଗୀରେ ଖାଲି ସାଧାରଣ ଜନତା ନୁହନ୍ତି, ବଲିଉଡର ନାମୀ କଳାକାର ମଧ୍ୟ ସାମିଲ । ବଲିଉଡର ଚିଣ୍ଟୁଜୀ ମାନେ ରିଷି କପୁର ମଧ୍ୟ ସାରାଙ୍କ ପ୍ରଶଂସକଙ୍କ ମଧ୍ୟରୁ ଜଣେ ।

ନିକଟରେ ସାରା ଏୟାରପୋର୍ଟରେ ନିଜ ଲଗେଜ ନିଜେ ଆଣୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

ଏହାକୁ ଦେଖି ରିଷି କପୁର ଟ୍ୱିଟ କରି ସାରଙ୍କୁ ବହୁତ ପ୍ରଶଂସା କରିଥିଲେ । ସେ ଲେଖିଥିଲେ” ବହୁତ ବଢିଆ ସାରା, ବଲିଉଡ କଳାକାର ମନଙ୍କ ପାଇଁ ତମେ ଗୋଟେ ଉଦାହରଣ ସୃଷ୍ଟି କରିଛ । ଏୟାରପୋର୍ଟରେ କେମିତି ବ୍ୟବହାର କରିବାକୁ ହୁଏ ସେମାନେ ତୁମଠୁ ଶିଖିବା ଉଚିତ” ।

ସାରାଙ୍କୁ ବଲିଉଡର ସବୁଠୁ ନମ୍ର କଳାକାର ବୋଲି ପ୍ରମାଣ କରିବାକୁ ରିଷିଙ୍କ ଏହି ଟ୍ୱିଟ ଯଥେଷ୍ଟ ଅଟେ ।

Comments are closed.