Latest Odisha News

BREAKING NEWS

ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ବିତ୍ପାତ: ୨୪ ଘଣ୍ଟାରେ ୮ ଜୀବନହାନୀ

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ କ୍ରମାଗତ ବର୍ଷା ଲାଗିରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସଆରସି) ବିଷ୍ଣୁପଦ ସେଠୀ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ପେଟଫୁଲ୍ଲା ନଦୀରେ ଜଣେ ବ୍ୟକ୍ତି ବନ୍ୟା ଜଳରେ ଭାସିଯାଇ ନିଖୋଜ ଥିବାବେଳେ ମଙ୍ଗଳବାର ଦିନ ତାଙ୍କର ମୃତଦେହ ମହୁଲପାଟଣା ନିକଟବର୍ତ୍ତୀ ଇନ୍ଦ୍ରାବତୀ ଡ୍ୟାମରୁ ଉଦ୍ଧାର କରାଯାଇଛି । ମୃତକ ଜଣକ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କଥାଖୁରା ଗ୍ରାମର ସେନା ମାଝୀ ବୋଲି ଚିହ୍ନଟ ହୋଇଛନ୍ତି । ସୋମବାର ସନ୍ଧ୍ୟାରେ ଗାଈ ଚରାଉଥିବା ବେଳେ କର୍ଲାମୁଣ୍ଡା ଗ୍ରାମର ଜିତୁ ରଣା ନାମକ ଜଣେ ବ୍ୟକ୍ତି ଏକ ନଳା ପାର କରୁଥିବା ସମୟରେ ବନ୍ୟା ଜଳରେ ଭାସିଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ଅଧିକ ପଢନ୍ତୁ: ଆଗାମୀ ୨ଦିନ ପ୍ରବଳ ବର୍ଷା, ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କୁ ସରକାରଙ୍କ ଆଲର୍ଟ ଜାରି

ଲୋକସେବା ଭବନରେ ଏସମ୍ପର୍କରେ ସୂଚନାଦେଇ ଏସଆରସି କହିଛନ୍ତି ଯେ, ଏବେସୁଦ୍ଧା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ବିପଦ ସଙ୍କେତ ତଳେ ରହିଛି । ଇତିମଧ୍ୟରେ ୭ଟି ଓଡ୍ରାଫ ଟିମ୍ ଏବଂ ଦମକଳ ବାହିନୀର କର୍ମଚାରୀମାନେ ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟଲାଗି ପ୍ରସ୍ତୁତ ହୋଇ ରହିଛନ୍ତି ।

ଆଗାମୀ କିଛି ଘଣ୍ଟା ଧରି ରାଜ୍ୟର ଅଧିକାଂଶ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୦ ଏମଏମ ବୃଷ୍ଟିପାତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କର୍ଲ୍ଲାମୁଣ୍ଡା ବ୍ଲକରେ ସର୍ବାଧିକ ୬୦୮ ଏମଏମ ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।

ମଙ୍ଗଳବାର ଦିନ ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ୨୨୬.୩ ଏମଏମ ବୃଷ୍ଟିପାତ ହୋଇଥିବା ବେଳେ ବୌଦ୍ଧରେ (୧୬୯.୭) ଏମଏମ, କଳାହାଣ୍ଡିରେ (୧୬୦.୪) ଏମଏମ, ସୋନପୁରରେ (୧୩୯.୯) ଏମଏମ ବୃଷ୍ଟିପାତ ଏବଂ କନ୍ଧମାଳରେ (୧୨୫ ଏମଏମ) ବର୍ଷା ହୋଇଥିବାର ଏସଆରସି ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.