Latest Odisha News

BREAKING NEWS

ସିଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶତାଧିକ କର୍ମଚାରୀମାନେ ଜିଲ୍ଲାପାଳ ସମର୍ଥବର୍ମାଙ୍କୁ ଭେଟି ସି.ଡି.ଏମ.ଓ.ଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ଭେକଟର ମିଶ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ୧୧ ତାରିଖରେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ଚାଲିଥିବା ବେଳେ ଜନୈକ ବ୍ୟକ୍ତି ରଥଯାତ୍ରା ସମ୍ବର୍ଦ୍ଧିତ ପ୍ରଶ୍ନ ନ ପଚାରି, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଉତ୍ତର ମାଗିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିଲେ । ସିଡିଏମଓଙ୍କ  ଦୁର୍ବ୍ୟବହାରକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘୋର ନିନ୍ଦାକରୁଛି ଏବଂ ହେକଟରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ୪୮ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ , ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନ୍ୟନ୍ୟାୟିକ ପନ୍ଥା ଗ୍ରହଣ କରାଯିବ ଓ ରଥଯାତ୍ରାରେ ସହଯୋଗ କରାଯିବନାହିଁ ବୋଲି ଉଲେଖ କରାଯାଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦେବୀ ମହାପାତ୍ର, ଲଲାଟେନ୍ଦୁ ମିଶ୍ର , ବିରଜା ଶଙ୍କର ରଥ , ସୁନୀଲ ତରାଇ , ସୌମ୍ୟରଞ୍ଜନ ସରଙ୍ଗୀ , ସଞ୍ଜୟ କୁମାର ପ୍ରଧାନ, ବିଶ୍ୱଜିତ ମିଶ୍ର , ଆଶିଷ ମହାପାତ୍ର, ସନ୍ତୋଷ କୁମାର ତ୍ରିପାଠୀ, ବିନୟ କୁମାର ପଣ୍ଡା , ବିଜୟ କୁମାର ନାୟକ, ଡିପିଏମ ଟି.ନାରାୟଣ ରାଓ ଅଶୋକ କୁମାର ସାହୁ,ସନ୍ତୋଷ କୁମାର ମିଶ୍ର ଓ ବ୍ଲକ ଜିଲ୍ଲାସ୍ତରୀୟ ପ୍ରାୟ ଶତାଧିକ ସ୍ୱାସ୍ଥ୍ୟ କର୍ମଚାରୀ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.