Latest Odisha News

ଗ୍ରୀଷ୍ମ ପ୍ରବାହ ଯୋଗୁ ଚାଷୀମାନଙ୍କ ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କଲା ଓୟୁଏଟି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ଠାରୁ ତାପମାତ୍ରା ୩ରୁ୪ ଡିଗ୍ରି ଅଧିକ ରହୁଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଚାଷୀଙ୍କ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି।

ଏହି ହେଲ୍ପ ଲାଇନ୍ ନମ୍ବର ଟି ହେଲା – ୦୬୭୪-୨୩୯୭୯୩୩ । ଗତକାଲି(ଏପ୍ରିଲ ୧୩) ଠାରୁ ଏହି ସେବା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ। ଚାଷୀମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପରୋକ୍ତ ହେଲ୍ପ ଲାଇନ୍‌ ନମ୍ବରରେ କଲ୍‌ ଫସଲରେ ଖରା ଜନିତ ସମସ୍ୟା ସମ୍ପର୍କରେ ପଚାରି ପାରିବେ ବୁଝିପାରିବେ। ଫୋନ୍‌ ମାଧ୍ୟମରେ ଦୁଇ ଜଣ କୃଷି ବୈଜ୍ଞାନିକ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେବେ ବୋଲି ଓୟୁଏଟି କୁଳପତି ପ୍ରଭାତ ରାଉଳ ସୂଚନା ଦେଇଛନ୍ତି।

ତେବେ ଗ୍ରୀଷ୍ମ ପ୍ରବାହର ଫସଲର ସୁରକ୍ଷା ନେଇ ପୂର୍ବରୁ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଇଛି ଦେଇ କୃଷି ବିଶ୍ୱ ବିଦ୍ୟାଳୟ। ଧାନ, ଆଖୁ, ଚିନାବାଦାମ, ମକା ଆଦି ଫସଲରେ ଅଧିକ ଜଳ ସେଚନ ସହ ପରିବା ଫସଲରେ ଜଳସଂରକ୍ଷଣ ଅତ୍ୟଧିକ ଉତ୍ତାପରୁ ଫସଲକୁ ରକ୍ଷା ପାଇଁ ନଡ଼ା, ଶୁଖିଲା ପତ୍ର, କରତକଳ ଗୁଣ୍ଡ ଆଦି ବ୍ୟବହାର ବିଚ୍ଛାଇ ଉପରେ ପାଇଁ ପାଣି ସିଞ୍ଚନ କରିବାକୁ କହିଛି।

ସେହିପରି ପାଣିର ସୁବିନିଯୋଗ ପାଇଁ ବୁନ୍ଦା ଜଳସେଚନର ବ୍ୟବହାର କରିବାକୁ ଓ ହିଡ଼ା ମଜଭୁତ ଦେବା ସହ ବିଭିନ୍ନ ଗାତ ବନ୍ଦ କରିବା ଅନାବନା ଘାସ ବାଛିବାକୁ ମଧ୍ୟ କୁହାଯାଇଛି।

ଏହି ସମୟରେ ପରିବା ଫସଲରେ ଅଷ୍ଟପଦୀ ପୋକର ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଏଥିରୁ ଫସଲକୁ ସୁରକ୍ଷା ଦେବାକୁ ୪୦୦ ମିଲି ପ୍ରୋପାରଜାଇଟ ୫୭ ଇସି କିମ୍ବା ୨୦୦ ମିଲି ସ୍ପାଇରୋମେସିଫେନ କୀଟନାଶକ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବା ପରାମର୍ଶ ଦିଆଯାଇଛି। ଅତ୍ୟଧିକ ଟାଣଖରା ସମୟରେ କୃଷିକାର୍ଯ୍ୟ ବିକ୍ରିବଟା ସାମୟିକ ସ୍ଥଗିତ କରାଯିବା ପାଇଁ ଓୟୁଏଟି କହିଛି

Comments are closed.