Latest Odisha News

BREAKING NEWS

ଘନଉଛି ଗେହଲଟ-ପାଇଲଟ ବିବାଦ: ଏବେ ଭରସା କମଲନାଥ

ନୂଆଦିଲ୍ଲୀ: ଘନଉଛି ରାଜସ୍ଥାନ ରାଜନୈତିକ ବିବାଦ । ଗେହଲଟ-ପାଇଲଟ ବିବାଦ ବରିଷ୍ଠ ନେତାଙ୍କ ନିଦ ହଜାଇ ଦେଲାଣି । ପଞ୍ଜାବ ପରି ପରାଜୟକୁ ଏଡାଇବା ପାଇଁ ଦଳ ଏବେ ଭରସା କରିଛି କମଲନାଥଙ୍କୁ । କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟସ୍ଥତାରେ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ଅନ୍ତ ହେବା ନେଇ ଆଶା ରଖିଛନ୍ତି ବରିଷ୍ଠ ନେତୃତ୍ୱ । କମଲନାଥ ଗଜୁରୁବାର ଦିଲ୍ଲୀରେ ପାଇଲଟ ଏବଂ ଦଳର ମହାସଚିବ କେସି ବେଣୁଗୋପାଳଙ୍କୁ ସାକ୍ଷାତ କରିଥିଲେ ଏବଂ ମତଭେଦ ଦୂର ପାଇଁ ଆଲୋଚନା କରିଥିଲେ ।

BjdElectrycity

ଏହା ପୂର୍ବରୁ କମଲନାଥ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । କୁହାଯାଉଛି, କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ଅନୁଶାସନକୁ ନେଇ ଥିବା କାର୍ଯ୍ୟାନୁଷ୍ଠାନକୁ କିଛିଦିନ ପାଇଁ ଟାଳି ଦିଆଯାଇଛି । ଅନ୍ୟପକ୍ଷେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ବାହରେ । କମଲନାଥ କଂଗ୍ରେସ ଅଧ୍ୟକ୍ଷଙ୍କୁ ଏ ସବୁ ବିଷୟରେ ଜଣାଇ ସାରିଛନ୍ତି । ଏହି ମାମଲାରେ ଗାନ୍ଧି ପରିବାରର ପରାମର୍ଶ ବିନା କୌଣସି ନିଷ୍ପତ୍ତି ନିଆ ଯାଇପାରିବ ନାହିଁ ।

ପୂର୍ବରୁ ଭାଜପା ସରକାର ସମୟରେ ହୋଇଥିବା ଭ୍ରଷ୍ଟାଚାର ବିରୁଦ୍ଧରେ  ସଚିନ ପାଇଲଟ ଗୋଟିଏ ଦିନ ଅନଶନରେ ବସିଥିଲେ। ସେ ବସୁନ୍ଧରା ରାଜେଙ୍କ ଉପରେ ଅଭିଯୋଗ ଲଗାଇବା ସହ ନିଜ ଦଳର ସରକାରକୁ ନିଷ୍କ୍ରିୟ ବୋଲି କହିଥିଲେ । ଏପରି କହି ସେ ଅଶୋକ ଗେହଲଟଙ୍କୁ ସିଧାସିଧା ଚାଲେଞ୍ଜ ଦେଇଥିଲେ । ରାଜସ୍ଥାନରେ ଚଳିତବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ।

କଂଗ୍ରେସ ନେତୃତ୍ୱ ପ୍ରଥମେ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିଲା । ଏପରିକି ପାଇଲଟଙ୍କ ଉପବାସକୁ ପାର୍ଟି ବିରୋଧୀ କାର୍ଯ୍ୟକଳାପ ବୋଲି କୁହାଯାଇଥିଲା । ହେଲେ ପାର୍ଟି ନେତୃତ୍ୱ ତାଙ୍କର ନୀତିରେ ପରିବର୍ତ୍ତନ ଆଣିବା ସହ ମଧ୍ୟବର୍ତ୍ତୀକାଳିନ ରାସ୍ତା ବାହାର କରିବାର ଚେଷ୍ଟା କରୁଛନ୍ତି । ମିଳିଥିବା ସୂଚନାରୁ ଜଣାଯାଇଛି, ସଚିନ ନିଜ ସମସ୍ୟା କମଲନାଥ ଏବଂ ବେଣୁଗୋପାଳଙ୍କୁ କହିସାରିଛନ୍ତି ଏବଂ ଦଳଠାରୁ ଉଚିତ ବ୍ୟବହାର ଦାବି କରିଛନ୍ତି । ସଚିନ କହିଛନ୍ତି ସେ ଦଳକୁ ବିରୋଧ କରୁନାହାନ୍ତି । ବରଂ ଜନହିତ ପ୍ରସଙ୍ଗ ଉଠାଇଛନ୍ତି ।

ଅନ୍ୟପକ୍ଷେ କମଲନାଥ ଗତ କିଛି ଦିନ ମଧ୍ୟରେ ଏକାଧିକ ବୈଠକ କରିସାରିଲେଣି । ଦୁଇ ପକ୍ଷକୁ ଶାନ୍ତ କରିବା ପାଇଁ ସମାଧାନର ବାଟ ଖୋଜୁଛନ୍ତି ।

Leave A Reply

Your email address will not be published.