Latest Odisha News

BREAKING NEWS

ବାଇଗଣରେ ପୋକ ରହିଛି ବୋଲି କିପରି ଜାଣିବେ ?

ସମସ୍ତ ପନିପରିବା ମଧ୍ୟରେ ବାଇଗଣ ଅନ୍ୟତମ । ହେଲେ ବାଇଗଣ ନାଁ ଶୁଣିଲେ କିଛି ଲୋକଙ୍କର ମୁହଁର ରଙ୍ଗ ବଦଳିଯାଏ । କାରଣ କିଛି ଲୋକ ବାଇଗଣ ଖାଇବାକୁ ପସନ୍ଦ କରିନଥାନ୍ତି । ବାଇଗଣକୁ ଅଧିକାଂଶ ଲୋକେ ଭର୍ତ୍ତା କରି ଖାଇବାକୁ ଭଲପାଆନ୍ତି । କେବେ ଆପଣ ଭାବିଛନ୍ତି ବାଇଗଣ କାଟିବା ସମୟରେ କିମ୍ବା ଭର୍ତ୍ତା କରିବା ସମୟରେ ସେଥିରୁ ଯଦି ପୋକ ବାହାରିବ ତେବେ କଣ ହେବ । ସେଥିପାଇଁ ବାଇଗଣ କିଣିବା ବେଳେ ଆମକୁ ଟିକିଏ ଧ୍ୟାନ ଦେଇ କିଣିବା ଉଚିତ୍‌ । ତେବେ ବାଇଗଣ କିଣିବା ପୂର୍ବରୁ ସେଥିରେ ପୋକ ରହିଛି କି ନାହିଁ କିପରି ଜାଣିବେ ଆସନ୍ତୁ…

ବଜାରରୁ ବାଇଗଣ କିଣିବାବେଳେ ଯଦି ବାଇଗଣର ଚୋପାରେ କୁଞ୍ଚନ ଥାଏ ଏବଂ ଏହାର ରଙ୍ଗ ଧୂସରିଆ ଦେଖାଯାଏ । ତେବେ ଆପଣ ବୁଝିଯାଆନ୍ତୁ ଯେ ଏହି ବାଇଗଣ ସତେଜ ନୁହେଁ ଏବଂ ଏହି ବାଇଗଣକୁ  କିଛି ଘଣ୍ଟା ପୂର୍ବରୁ ଗଚ୍ଛିତ ରହିଛି । ତେବେ ଆପଣ ସେହି ବାଇଗଣ କିଣନ୍ତୁ ଯେଉଁ ବାଇଗଣ ଚିକ୍କଣ ଏବଂ ସତେଜ ଦେଖାଯାଉଥିବ ।

ସେହିପରି ଆଉ ଗୋଟିଏ କଥା ମନେରଖନ୍ତୁ ବାଇଗଣ କିଣିବାବେଳେ ସେଥିରେ କୌଣସି ଛିଦ୍ର ଅଛି କି ନାହିଁ ତାହା ମଧ୍ୟ ଭଲ ଭାବେ ଦେଖନ୍ତୁ  । କାରଣ ଛିଦ୍ର ରହିଥିବାରୁ ଏଥିରେ କୀଟପତଙ୍ଗ ରହିପାରେ । ତେଣୁ ଛିଦ୍ର ଥିବା ବାଇଗଣ କିଣନ୍ତୁ ନାହିଁ  ।

ବାଇଗଣ କିଣିବା ବେଳେ ହାଲୁକା ହାତରେ ଦବାଇବାକୁ ଚେଷ୍ଟା କରନ୍ତୁ । ଯଦି ତୁମେ ଦବାଇବା ପରେ ବାଇଗଣ ଚାପି ହୁଏ ଏହାର ଅର୍ଥ ଏଥିରେ କୌଣସି ବିହନ ନାହିଁ, କିନ୍ତୁ ଯଦି ଏହା ଚାପି ହୋଇ ନଥାଏ, ତେବେ ଏହା ମଞ୍ଜିରେ ପରିପୂର୍ଣ୍ଣ । ଏପରି ବାଇଗଣ କିଣନ୍ତୁ ନାହିଁ  ।

ବାଇଗଣ ଯେତେ ହାଲୁକା, ସେତେ ଭଲ । ସେଥିପାଇଁ ବାଇଗଣ କିଣିବା ସମୟରେ ନିଜ ହାତରେ ଏହାର ଓଜନକୁ ଯାଞ୍ଚ କରନ୍ତୁ କାରଣ ଭାରୀ ବାଇଗଣରେ ଅଧିକ ମଞ୍ଜି ଥାଇପାରେ ।ଏହାସହ ପୋକ ମଧ୍ୟ ଥାଇପାରେ  ।

 

 

Comments are closed.