ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ\’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତିି । ସଲମାନଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏବେ ସଲମାନ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ସଲମାନ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ ‘ଦି କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ, ଯେଉଁଠାରେ ସେ କପିଲଙ୍କ ଉତ୍ତର ମଜାଳିଆ ଢଙ୍ଗରେ ଦେଇଛନ୍ତି ।
ସଲମାନ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ପ୍ରମୋସନ ପାଇଁ ପହଞ୍ଚିଥିଲେ । ଏହି ସମୟରେ କପିଲ ସଲମାନଙ୍କୁ ଅନେକ ମଜାଳିଆ ପ୍ରଶ୍ନ ପଚାରିଥିଲେ, କିନ୍ତୁ ଯେତେବେଳେ କପିଲ ସଲମାନଙ୍କୁ ପଚାରିଛନ୍ତି ଯେ ସେ ‘ଜାନ’ କହିବାର ଅଧିକାର କାହାକୁ ଦେଇଛନ୍ତି? ଏହାର ଉତ୍ତରରେ ସଲମାନ କୁହନ୍ତି, ‘କାହାକୁ ଜାନ୍ କହିବାର ଅଧିକାର ଦିଅ ନାହିଁ । ଏହା ଜାନ୍ରୁ ଆରମ୍ଭ ହୁଏ ଏବଂ ପରେ ଜାନ୍ ନେବାରେ ଶେଷ ହୋଇଥାଏ ।
ସଲମାନ ଆହୁରି କହିଛନ୍ତି, ଆଜିକାଲି ଝିଅମାନେ ପୁଅମାନଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି । କିଛି ଦିନ ପରେ ମୁଁ ତୁମକୁ ପାଗଳ ପରି ଭଲ ପାଏ ବୋଲି କୁହନ୍ତି । ଯେତେବେଳେ ସେମାନେ ଜାଣନ୍ତି ପୁଅ ଫାଶରେ ପଡ଼ିଗଲା, ତାହାପରେ ଜୀବନ ନେବାକୁ ଚେଷ୍ଟା କରନ୍ତି । ‘ଜାନ’ ଏକ ଅସମ୍ପୂର୍ଣ୍ଣ ଶବ୍ଦ । ସଂପୂର୍ଣ୍ଣ ବାକ୍ୟ ବୋଧହୁଏ ହେବ ଯେ ମୁଁ ତୁମର ଜାନ୍ ନେବି । ଏପରି ଉତ୍ତର ଶୁଣି ଶୋରେ ଉପସ୍ଥିତ ଦର୍ଶକ ଜୋରରେ ହସିବାକୁ ଲାଗିଥିଲେ ।
ଇଦ୍ରେ ଫିଲ୍ମ ‘କିସି କାଭାଇ କିସି କି ଜାନ’ ରିଲିଜ ହେବ । ଏଥିରେ ଅଭିନେତ୍ରୀ ପୂଜା ହେଗଡେ, ପାଲକ ତିୱାରୀ, ଶାହନାଜ ଗିଲ, ଜାସି ଗିଲଙ୍କ ପରି ଅନେକ ବଡ ତାରକାଙ୍କୁ ଦେଖିବାକୁ ମିଳିବ ।
Comments are closed.