Latest Odisha News

BREAKING NEWS

କବିତା : ଅଂଶୁଘାତ

ରାଜ କିଶୋର ଦାସ

କେଉଁ ଘାତ, ଆଉ ଊଣା ଅଛିଯେ’
ଅଂଶୁଘାତର ଡର!
ଘାତ ସହିବା ଅଭ୍ୟସ୍ତ ନହେଲେ
ଏଠି କ’ଣ ଜୀଇଁ ହୁଏ!!
ଜାତକ ଲେଖିଲା ଦିନୁ ହିଁ
ଜ୍ୟୋତିଷ କହିଛି –
ରାହୁରେ ମଙ୍ଗଳ ଅନ୍ତର
ଘାତ ବର୍ଷ,
କୋପ ଦୃଷ୍ଟିରେ ଶନି
ଗ୍ରହ ଚଲଣ ଦିନ
ଘାତ ଦିନ
ଲଗ୍ନରେ ଶୁକ୍ର ନିଚସ୍ଥ ଯୋଗୁଁ
ଶୁକ୍ରବାର ଘାତବାର
ଘାତଚନ୍ଦ୍ର, ଚନ୍ଦ୍ର ଘାତ ଆଦି
ଯେତେ ଯେତେ ଘାତ
ଦେହ ଦେହରେ ସହିଲା ପରେ
ଆଉ କେଉଁ ଘାତର ଡରରେ
ଡରଉଛ ଯେ !

ଏତେ ଘାତ ପାଇବା ପରେ
ଆଉ କ’ଣ ଜୀଇଁବା ପଣରେ
ଜୀବନ ଅଛି? କେବେ ଅଛି
କେଉଁ ଘାତ

ହେବା କଥା,
ଜଳଗଣ୍ଡ ଦୋଷ ତୁଟୁ ନ’ ତୁଟୁଣୁ
ଏବେ ଯଦି ଅଂଶୁଘାତ ??
ଅନ୍ତତଃ, ଦେଖିବା ଲୋକ
କହିବତ’
‘କବିକୁ କ’ଣ ଛୋଟ ମୋଟ ଘାତ
କାଟୁ କରିଥାନ୍ତା !!!’

Comments are closed.