Latest Odisha News

BREAKING NEWS

ଭାଷା ଭାଗବତ : ଲୋକଜଡ଼ିତ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

ମତ ହୋଇଲେ ଶୁଦ୍ଧ ସତ
ସହଜେ ହୁଏନାହିଁ ମୃତ
ମନ ତ ଅଟେ ମତ-ଘର
କିପରି ହେବ ତା ଅଂତର

ମତ ବଦଳେ ଘନ ଘନ
କିଂତୁ ସୁସ୍ଥିର ରହେ ମନ
ବିଶୁଦ୍ଧ ମତକୁ ଆଶ୍ରୟି
ବକ୍ତବ୍ୟ ହୁଏ କାଳଜୟୀ

ରଚନା ହେଲେ କଷ୍ଟବୋଧ୍ୟ
ବୁଝିବା ଲୋକ ହୋଇ ବାଧ୍ୟ
ପଢ଼ିବା ଆପେ ଦିଏ ଛାଡ଼ି
ସାହିତ୍ଯ ପାରେନାହିଁ ବଢ଼ି

ଜଟିଳତାର ସଂରକ୍ଷଣ
ପ୍ରବୃତ୍ତି କରିଲେ ପାଳନ
ଲେଖକ ପାଇପାରେ ଖ୍ୟାତି
ଘଟେନି ଭାଷାର ଉନ୍ନତି

ମତ୍ସ୍ୟ ବଦଳେ ଲେଖୁଁ ମାଛ
ବୃକ୍ଷ ନ ଲେଖି, ଲେଖୁଁ ଗଛ
ପଶ୍ଚାତ୍‌ ହୋଇଗଲେ ପଛ
ଭାଷା ବି ହେବ ଶୁଦ୍ଧ, ସ୍ବଚ୍ଛ

ଲୋକଭାଷାକୁ କଲେ ତ୍ୟାଗ
ବଢ଼େନି ବ୍ୟକ୍ତିର ସୌଭାଗ୍ୟ
ଲୋକଜଡ଼ିତ ହେଲେ ଭାଷା
ବଢ଼ାଏ ଲୋକଂକ ଭରସା

ଯେଉଁ ଶବ୍ଦ ଶୁଣିନି କାନ
ଦେଖିଛି କେବଳ ନୟନ
କରିଲେ ତାହାର ଲିଖନ
ହୁଅଇ ବାସ୍ତବତାହୀନ

କରିଲେ ଜ୍ଞାନ ପ୍ରଦର୍ଶନ
ବଢ଼େନି ସାହିତ୍ୟର ମାନ
ନିତିଦିନିଆ କଥାଭାଷା
ଲେଖିଲେ ଲାଗଇ ସରସା

ଲିପିକୁ କରି ବ୍ୟବହାର
ଗଢ଼ିଲେ ବିକଳ୍ପ ସଂସାର
ଗଚ୍ଛିତ ହୋଇ ରହେ ବହି
କେହି କେବେ ପଢ଼ଂତିନାହିଁ

Leave A Reply

Your email address will not be published.