Latest Odisha News

BREAKING NEWS

ଦିଲ୍ଲୀ ବଜାର ବୁଲି ଗୁପଚୁପ, ତରଭୁଜର ମଜା ନେଲେ ରାହୁଲ; କଂଗ୍ରେସ କହିଲା ‘ମୋହବତ କି ସରବତ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ରାହୁଲ ଯେତେଯେତେ ବିବାଦରେ ଫସୁଛନ୍ତି ବା ଫସାଯାଉଛି ସେତେ ତାଙ୍କର ଲୋକପ୍ରିୟତା ବଢୁଛି । ଅନ୍ୟପକ୍ଷେ ରାହୁଲ ବି ଏହି ମୌକାକୁ ହାତଛଡା କରୁନାହାନ୍ତି । ଏବେ ତାଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳୁଛି । ଏବେ କର୍ଣ୍ଣାଟକରୁ ଫେରିବା ପରେ ଲୋକ ପ୍ରିୟତା ବଢାଇବାରେ ଲାଗିଛନ୍ତି । ମଙ୍ଗଳବାର ରାହୁଲଙ୍କୁ ଦିଲ୍ଲୀ ରାଜରାସ୍ତାରେ ଦେଖିବାକୁ ମିଳିଥିଲା ।

ମଙ୍ଗଳବାର ତାଙ୍କୁ ପ୍ରଥମେ ସିପି( କନାଟ ପ୍ଲେସ) ନିକଟ ବାଙ୍ଗାଳୀ ମାର୍କେଟରେ  ଦେଖିବାକୁ ମିଳିଥିଲା । ଏହା ପରେ ସେ ପୁରୁଣା ଦିଲ୍ଲୀ ବି ଯାଇଥିଲେ । ବଙ୍ଗାଳୀ ମାର୍କେଟରେ ତାଙ୍କୁ ଗୁପଚୁପର ମଜା ନେଇଥିଲେ । ଏହା ପରେ ପୁଣି ପୁରୁଣା ଦିଲ୍ଲୀର ମଟିଆ ମହଲ ବଜାରରେ  ବୁଲିଥିଲେ । ସେଠାରେ ତରଭୁଜ ବି ଖାଇଥିଲେ । ରାହୁଲଙ୍କୁ ବଜାରରେ ଏମିତି ବୁଲୁଥିବା ଦେଖି ଲୋକଙ୍କର ଭିଡ ଜମିବାରେ ଲାଗିଲା ।

କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ଏତେ ପାଖରେ ଦେଖି ଲୋକମାନେ ନିଜର ଖୁସିକୁ ଚାପି ରଖି ପାରି ନ ଥିଲେ ।  ବଙ୍ଗାଳୀ ମାର୍କେଟରେ ବହୁ ସଂଖ୍ୟକ ଲୋକ ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଥିଲେ । ହେଲେ ସମସ୍ତଙ୍କୁ ଏହି ସୁଯୋଗ ମିଳି  ନଥିଲା ।  ବଙ୍ଗାଳୀ ମାର୍କେଟରୁ ସିଧା ପୁରୁଣା ଦିଲ୍ଲୀର ମଟିଆ ମହଲ ବଜାର ଯାଇଥିଲେ ରାହୁଲ । ସେଠାରେ ତରଭୁଜ ଖାଇବା ବେଳେ ଲୋକଙ୍କ ଭିଡ ଜମି ଯାଇଥିଲା ।

ରାହୁଲଙ୍କ ଏହି ଗସ୍ତକୁ ନେଇ କଂଗ୍ରେସ  ପକ୍ଷରୁ ଟୁଇଟ କରାଯାଇ ସୂଚନା ଦିଆଯାଇଛି ।  ଦଳ ପକ୍ଷରୁ ଟୁଇଟରେ ଲେଖା ଯାଇଛି ‘ମୋହବ୍ବତ କି ଶରବତ’ ।

Comments are closed.