ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଓ୍ବାନ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି । ଘୂର୍ଣ୍ଣିବାତ୍ୟା ଅକଓ୍ବାନକୁ ଦୃଷ୍ଟିରେ ରଖି, ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ବିଶାଖାପାଟଣା ଓ କିରଣ୍ଡୁଲ୍ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକୁ ୧୯ ଓ ୨୦ ନଭେମ୍ବର ୨୦୨୬ ତାରିଖରେ ବାତିଲ୍ କରାଯାଇଛି।
ଟ୍ରେନ୍ ନମ୍ବର ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ୍–ବିଶାଖାପାଟଣା ଏକ୍ସପ୍ରେସ୍ ଉଭୟ ୧୯ ଓ ୨୦ ନଭେମ୍ବର ୨୦୨୬ ତାରିଖରେ ବାତିଲ୍ ରହିବ।
ଯାତ୍ରୀମାନଙ୍କୁ ଅନୁରୋଧ ଯେ, ସେମାନେ ଏହି ଟ୍ରେନ୍ ସେବା ବାତିଲ ହେବା ବିଷୟରେ ଅବଗତ ହୁଅନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରନ୍ତୁ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।
ଭୀଷଣ ସାମୁଦ୍ରିକ ଝଡ଼ ‘ଅକ୍ଭାନ୍’କୁ ଦୃଷ୍ଟିରେ ରଖି, ବାତ୍ୟାର ସମ୍ଭାବ୍ୟ ସ୍ଥଳଭାଗ ଅତିକ୍ରମଣ ଅଞ୍ଚଳରେ ଥିବା ଷ୍ଟେସନଗୁଡ଼ିକରେ ପହଞ୍ଚିବାକୁ ଥିବା କିମ୍ବା ସେଠାରୁ ଛାଡ଼ିବାକୁ ଥିବା ଟ୍ରେନ୍ଗୁଡ଼ିକର ଚଳାଚଳ ସମୟାନୁସାରେ ନିୟନ୍ତ୍ରଣ କରାଯିବ। ସେହି ଅନୁଯାୟୀ, ବାତ୍ୟାର ସମ୍ଭାବ୍ୟ ସ୍ଥଳଭାଗ ଅତିକ୍ରମଣ ସମୟର ତିନି ଘଣ୍ଟା ପୂର୍ବରୁ ଏବଂ ତିନି ଘଣ୍ଟା ପରେ ପ୍ରଭାବିତ ଟ୍ରେନ୍ଗୁଡ଼ିକର ସମୟସୂଚୀ ପୁନଃନିର୍ଦ୍ଧାରଣ କରାଯିବ।
