Latest Odisha News

BREAKING NEWS

ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ୱାଶିଂଟନ୍ ଆଶାବାଦୀ

ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାଇଡେନ୍‌ ତାଙ୍କର ଭାରତ ଗସ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି ଓ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ୱାଶିଂଟନ୍ ଆଶାବାଦୀ ରହିଛି । ଏନେଇ ସୂଚନା ଦେଇଛନ୍ତି ବାଇଡେନଙ୍କ ଦକ୍ଷିଣ ଓ ମଧ୍ୟ ଏସିଆ ଉପ ସଚିବ ଡୋନାଲ୍ଡ ଲୁ । ଡୋନାଲ୍ଡ ଲୁ କହିଛନ୍ତି, ‘ଚଳିତ ବର୍ଷ ଉଭୟ ଭାରତ ଓ ଆମେରିକା ପାଇଁ ବଡ ହେବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ, ଭାରତ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜି-୨୦ ସମିଟ୍‌ ପରିପ୍ରେକ୍ଷୀରେ ବାଇଡେନ ଭାରତ ଗସ୍ତରେ ଆସିବା । ଏହା ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ ହେବ । ଚଳିତ ବର୍ଷ ଆମେରିକାର ଅନେକ ବରିଷ୍ଠ ଅଧିକାରୀ ଭାରତ ଆସିଛନ୍ତି । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି । ଷ୍ଟେଟ୍‌ ସେକ୍ରେଟେରୀ ଟୋନୀ ବ୍ଲିଙ୍କେନ୍, ଟ୍ରେଜେରୀ ସେକ୍ରେଟେରୀ ଜନେଟ୍‌ ୟେଲେନ୍‌ ଓ ବାଣିଜ୍ୟ ସଚିବ ଗିନା ରାଇମୋଣ୍ଡୋ ଭାରତ ଗସ୍ତରେ ଆସିଥିଲେ । ଏମାନଙ୍କ ଗସ୍ତ ସମୟରେ ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ, ବ୍ୟବସାୟିକ କାରବାର ତଥା ସୁରକ୍ଷା ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା ।

 

Comments are closed.