Latest Odisha News

ଯୁବକ ଘରେ ପାଳୁଛନ୍ତି କଙ୍କଡ଼ା: ପ୍ରତ୍ୟେକ ଦିନ ବାହାରକୁ ନିଅନ୍ତି ବୁଲାଇବାକୁ

ହଂକଂ: ଘରେ କୁକୁର, ବିଲେଇ କିମ୍ବା ପକ୍ଷୀମାନଙ୍କୁ ପାଳିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଅଧିକାଂଶ ଲୋକ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ପ୍ରତିଦିନ ବାହାରକୁ ବୁଲାଇ ନେବାକୁ ବି ପସନ୍ଦ କରନ୍ତି । ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଣୁଆ ଜନ୍ତୁକୁ ଗୃହପାଳିତ ପଶୁ ଭାବରେ ରଖିଥାନ୍ତି । କିନ୍ତୁ କିଏ ଘରେ କଙ୍କଡ଼ା ପାଳୁଥିବା ଏବଂ ତାକୁ ବାହାରକୁ ବୁଲାଇବାକୁ ନେଉଥିବା ଦେଖି ନ ଥିବେ । ହଂକଂର ଜଣେ ଯୁବକ ୩ ଟି କଙ୍କଡ଼ାକୁ ଘରେ ପୋଷିଛନ୍ତି ଓ ତାକୁ ବାହାରକୁ ବୁଲାଇବାକୁ ମଧ୍ୟ ନେଇଥାନ୍ତି ।

ହଂକଂରେ ରହୁଥିବା ସୋମ୍ ହୋ ନାମକ ଜଣେ ଯୁବକ ତାଙ୍କ ଘରେ ୩ଟି ପୋଷା କଙ୍କଡ଼ା ରଖିଛନ୍ତି । ସବୁଠୁ ମଜା କଥା ହେଉଛି, ସୋମ୍ ପ୍ରତ୍ୟେକ ଦିନ ଏହି ତିନି କଙ୍କଡ଼ାକୁ ରଶିରେ ବାନ୍ଧି ରାସ୍ତାରେ ବୁଲନ୍ତି । ସେହି ବାଟ ଦେଇ ଯାଉଥିବା ପ୍ରତ୍ୟେକ ଲୋକ ଏହି କଙ୍କଡ଼ାକୁ ଦେଖିବାକୁ ଭିଡ଼ ଜମାଇଥାନ୍ତି । ସୋମ୍ ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । କ୍ୟାପସନ୍‌ରେ ଲେଖିଛନ୍ତି, ଏହି ତିନି କଙ୍କଡ଼ାକୁ ଯେତେ ଦେଖେ,ସେତେ ମୋର ଭୋକ ଦୂର ହୋଇଯାଏ । ଏହି ଭିଡ଼ିଓକୁ ଅଧିକାଂଶ ଲୋକ ପସନ୍ଦ କରିଛନ୍ତି । ଚୀନ୍ ଏବଂ ଏହାର ଆଖପାଖ ଦେଶରେ ଲୋକମାନେ କଙ୍କଡ଼ା ଖାଇବାକୁ ବହୁତ ପସନ୍ଦ କରନ୍ତି, ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ କହିଥିଲେ ଯେ ପାଣିରେ ରହୁଥିବା ଜୀବଙ୍କ ପ୍ରତି ଏହା ଏକ ଅତ୍ୟାଚାର ।

Comments are closed.